• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଦଭୁତିଆ ମାର୍କେଟରେ ମା’ଙ୍କ ଅଷ୍ଟମୀ ପୂଜା, ଭକ୍ତିମୟ ହେଲା ପରିବେଶ

Byodishri Live

Oct 21, 2026

ବାଲିଆପାଳ, (ଓଡ଼ିଶ୍ରୀ ସମ୍ବାଦ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଅଦଭୁତିଆ ମାର୍କେଟରେ ସୋମବାର ଅଦଭୁତିଆ ପୂଜା କମିଟି ପକ୍ଷରୁ ମା’ଙ୍କ ଅଷ୍ଟମୀ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି। ଏହି ଅବସରରେ ପୂଜାର୍ଚ୍ଚନାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ଭକ୍ତମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ପରିବାର ଓ ଅଞ୍ଚଳର ମଙ୍ଗଳ କାମନା କରିଥିଲେ।

ଏହି ପୂଜା କାର୍ଯ୍ୟକ୍ରମରେ ଅନାଦି ବିଶ୍ୱାଳ, ବେଣୁଧର ବେହେରା, ପୂର୍ଣ୍ଣଚନ୍ଦ୍ର ରାଉତ, କାର୍ତ୍ତିକ ଜେନା ଓ ବେଣୁଧର ଜେନାଙ୍କ ସମେତ ପୂଜା କମିଟିର ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇଥିଲେ।

ମା’ଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ଶ୍ରଦ୍ଧାଳୁମାନେ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *