ଦଶରଥପୁର, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ପରିସରରେ ମା’ ଦୁର୍ଗାଙ୍କ ପୂଜା ଗତକାଲି ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଥାନା ପରିସର ଭକ୍ତିମୟ ହୋଇଉଠିଥିଲା।
ମଙ୍ଗଳପୁର ଥାନା ଅଧିକାରୀ ଭୁବନ ମୋହନ ସେଠୀ ମା’ଙ୍କ ନିକଟରେ ସଂକଳ୍ପ କରିଥିଲେ। ଏହି ପୂଜାରେ ଏସ୍ଆଇ ଅନିତା ପ୍ରଧାନ, ଏଏସ୍ଆଇ ସଂଯୁକ୍ତା ପଣ୍ଡା, ଏଏସ୍ଆଇ ଜଟାଧାରୀ ଦାସ, ପ୍ଲାବନ ମହାପାତ୍ର, ଦୀପ୍ତିରଞ୍ଜନ ସାହୁ, ବସନ୍ତ ମଲ୍ଲିକ, ଚିତ୍ତରଞ୍ଜନ ଜେନା ଓ ଅକ୍ଷୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକଙ୍କ ସମେତ ସାମ୍ବାଦିକ ମନୋରଞ୍ଜନ ମଲ୍ଲିକ, ସୀତାଂଶୁ ଶେଖର ଜେନା, ରାକେଶ ସାହୁ, ସଞ୍ଜୟ ରାୟ ଓ ଆନନ୍ଦ ଚନ୍ଦ୍ର ବାରିକ ପ୍ରମୁଖ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।
