• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଡ଼ଚଣାରେ ‘ସେବା ସଂକଳ୍ପ ଅଭିଯାନ’, ସ୍ୱଚ୍ଛତାର ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

Byodishri Live

Oct 23, 2026

ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ରସୁଲପୁରସ୍ଥିତ ଶ୍ରୀ ଶ୍ରୀ ଶିବ ମହାପୁରୁଷ ପାଠାଗାର ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ସଚେତନ ନାଗରିକ ସମାଜ ଓ ଶ୍ରୀ ଶ୍ରୀ ଶିବ ମହାପୁରୁଷ ପାଠାଗାରର ମିଳିତ ଆନୁକୂଲ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା।

ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ସେନାପତି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ବିଭିନ୍ନ ଗ୍ରାମର ଛାତ୍ରଛାତ୍ରୀମାନେ ଯୋଗଦେଇ ପାଠାଗାର ପରିସର ସଫାସୁତୁରା କରିଥିଲେ। ଏହା ମାଧ୍ୟମରେ ସେମାନେ ‘ସ୍ୱଚ୍ଛତା ହିଁ ସେବା’ର ବାର୍ତ୍ତା ପ୍ରଦାନ କରିଥିଲେ।

ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ପାଠାଗାରର ମୁଖ୍ୟ ସଂଯୋଜକ ପଣ୍ଡିତ ଭୂପେଷ କୁମାର ସେନାପତି ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ସେନାପତି ମୁଖ୍ୟ ଅତିଥି, ବର୍ଷୀୟାନ ଶିକ୍ଷାବିତ୍ ପୀତାମ୍ବର ସେନାପତି ମୁଖ୍ୟବକ୍ତା ଏବଂ ସଚେତନ ନାଗରିକ ସମାଜର ସଭାପତି ରମେଶ ଚନ୍ଦ୍ର ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସମାଜ ପାଇଁ ସମର୍ପିତ ଭାବେ ସେବା କରିବାକୁ ସଂକଳ୍ପ କରାଇଥିଲେ।

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର କରିବାରେ ନାଗରିକଙ୍କ ସକ୍ରିୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଶିକ୍ଷାମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା।

ପାଠାଗାରର ସମ୍ପାଦକ ହିମାଂଶୁ ଭୂଷଣ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷକ ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *