ଭଦ୍ରକ, ବନ୍ତ (ଓଡ଼ିଶ୍ରୀ ସମ୍ବାଦ): ଅବୈଧ ମଦ କାରବାର ଉପରେ ରୋକ୍ ଲଗାଇବା ପାଇଁ ବନ୍ତ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଅଭିଯାନ ସମୟରେ ପୋଲିସ ପ୍ରାୟ ୪୦୦ ଲିଟର ଦେଶୀ ମଦ ଜବତ କରିବା ସହ ଚୋରା ମଦ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଏହି ଘଟଣାକୁ ନେଇ ବନ୍ତ ଥାନାରେ କେସ୍ ନମ୍ବର ୩୦୯/୨୦୨୬ ରୁଜୁ ହୋଇଛି। ଓଡ଼ିଶା ଅବକାରୀ ଆଇନର ଧାରା ୫୨(କ) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି।
ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି, ବିକ୍ରି ଓ ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିଛି। ଅବୈଧ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।
ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି।
