• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗଣପତିଙ୍କ ଦର୍ଶନ କଲେ ମୋଦି, ଲାଲବାଗଚା ରାଜାଙ୍କୁ ଦର୍ଶନ କଲେ ଅମିତ ଶାହ

Byodishri Live

Sep 15, 2026

ନୂଆଦିଲ୍ଲୀ (ଓଡ଼ିଶ୍ରୀ ସମ୍ବାଦ): ଗଣେଶ ଚତୁର୍ଥୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଭକ୍ତି ଓ ଉତ୍ସାହର ସହ ପାଳିତ ହେଉଛି ଗଣେଶ ଉତ୍ସବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ବାସଭବନରେ ପହଞ୍ଚି ପ୍ରଭୁ ଗଣେଶଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଦେଶବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଗଜାନନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଉପସ୍ଥିତ ଥିଲେ। ଉଭୟେ ପ୍ରଭୁ ଗଣେଶଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।

ଅନ୍ୟପଟେ ଦିଲ୍ଲୀର ପୀତମପୁରାରେ ଆୟୋଜିତ ଗଣେଶ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ସେ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ଦେଶର ସୁରକ୍ଷା, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି।

ଗଣେଶ ଚତୁର୍ଥୀ ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ବଡ଼ ବଡ଼ ଗଣେଶ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି।

Spread the love

Leave a Reply

Your email address will not be published. Required fields are marked *