• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଆଇସିଆଇସିଆଇ ବ୍ୟାଙ୍କରେ ରିଲେସନସିପ୍ ମ୍ୟାନେଜର ଭାବେ ନିଯୁକ୍ତି ପାଇଲେ ରାହୁଲ ପାତ୍ର

Byodishri Live

Oct 30, 2026

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ପାଇଁ ଗୌରବ ଆଣିଛନ୍ତି ୨୦୨୬ ବ୍ୟାଚ୍‌ର ବି.କମ୍‌ (ଅନର୍ସ) ସ୍ନାତକ ଛାତ୍ର ରାହୁଲ ପାତ୍ର। ବିଶ୍ୱବିଦ୍ୟାଳୟ ପରିସରରେ ଗତ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ ତାରିଖରେ ଅନୁଷ୍ଠିତ ଅନ୍‌-କ୍ୟାମ୍ପସ୍‌ ନିଯୁକ୍ତି ଅଭିଯାନ ମାଧ୍ୟମରେ ସେ ଆଇସିଆଇସିଆଇ ବ୍ୟାଙ୍କରେ ରିଲେସନସିପ୍‌ ମ୍ୟାନେଜର ପଦବି ପାଇଁ ଚୟନିତ ହୋଇଛନ୍ତି।

ରାହୁଲଙ୍କ ଏହି ସଫଳତା ତାଙ୍କର ନିଷ୍ଠା, ଦକ୍ଷତା ଓ ପରିଶ୍ରମର ପ୍ରତିଫଳନ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏଥିସହ ଶିଳ୍ପାନୁଷ୍ଠାନ ସହ ସମ୍ପର୍କ ସ୍ଥାପନ ଏବଂ କ୍ୟାମ୍ପସ୍‌ ପ୍ଲେସମେଣ୍ଟ ଜରିଆରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତିଯୋଗ୍ୟତା ବୃଦ୍ଧି ଦିଗରେ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ଏହି ସଫଳତା ଆହୁରି ଉତ୍ସାହିତ କରିଛି।

ରାହୁଲଙ୍କ ଚୟନକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଅଧ୍ୟାପକ ଓ କର୍ମଚାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଧରଣୀଧର ବିଶ୍ୱବିଦ୍ୟାଳୟର ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ ସେଲ୍‌ ଅଗ୍ରଣୀ ଅନୁଷ୍ଠାନଗୁଡ଼ିକ ସହ ସହଭାଗିତା ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ କର୍ପୋରେଟ୍‌ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବାର ସୁଯୋଗ ଯୋଗାଇଦେବା ପାଇଁ କାର୍ଯ୍ୟ କରୁଛି। ଆଇସିଆଇସିଆଇ ବ୍ୟାଙ୍କରେ ରାହୁଲଙ୍କ ଚୟନ ଏହି ପ୍ରୟାସର ଏକ ଉଦାହରଣ। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ସହ କ୍ୟାରିୟର ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *