• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭୀମ ଭୋଇ ମହାବିଦ୍ୟାଳୟର ବିଜୟୀ BCJD ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

Byodishri Live

Nov 2, 2026

ରେଢ଼ାଖୋଲରେ ଆୟୋଜିତ ସଭାରେ ଶୁଭେଚ୍ଛା ଜଣାଇଲେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

ରେଢ଼ାଖୋଲ (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ଭୀମ ଭୋଇ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ବିଜୁ ଛାତ୍ର ଜନତା ଦଳ (BCJD)ର ପ୍ରାର୍ଥୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସଭାରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ଏବଂ ପ୍ରଲୋଭନର ବଶବର୍ତ୍ତୀ ନହୋଇ ଛାତ୍ର ପ୍ରତିନିଧିମାନେ ବିଜୟ ହାସଲ କରିଛନ୍ତି। ଏହି ବିଜୟର ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଯାଉଥିବା ସେ ମତ ପ୍ରକାଶ କରିଥିଲେ।

ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ ଏବଂ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରିବାକୁ ସେ ନବନିର୍ବାଚିତ ଛାତ୍ର ନେତୃତ୍ୱଙ୍କୁ ପରାମର୍ଶ ଦେଇଥିଲେ।

ଏହି ସଭାରେ ଭୀମ ଭୋଇ ମହାବିଦ୍ୟାଳୟର ନବନିର୍ବାଚିତ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ, ସାଇନ୍ସ ସୋସାଇଟି ଓ କ୍ରୀଡ଼ା ସମ୍ପାଦକଙ୍କ ସମେତ ଛାତ୍ରଛାତ୍ରୀ ଏବଂ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *