• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କେନାଲରେ ପଡ଼ି ଯୁବକଙ୍କ ମୃତ୍ୟୁ, ବୁଳଙ୍ଗ ଅଞ୍ଚଳରେ ଶୋକର ଛାୟା

Byodishri Live

Nov 2, 2026

ଲଙ୍ଗଳେଶ୍ୱର, (ଓଡ଼ିଶ୍ରୀ ଲାଇଭ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବୁଳଙ୍ଗ ପଞ୍ଚାୟତରେ କେନାଲରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ମହେନ୍ଦ୍ର ମଣ୍ଡଳ।

ସୂଚନା ଅନୁଯାୟୀ, ମହେନ୍ଦ୍ର କପିଳାସ ମଣ୍ଡଳଙ୍କ ପୁଅ ଏବଂ ବୁଳଙ୍ଗ ଗ୍ରାମର ସନ୍ତୋଷ ମଣ୍ଡଳଙ୍କ ଜ୍ୱାଇଁ। ସେ ନିଜ ପତ୍ନୀ ପଦ୍ମାବତୀ ମଣ୍ଡଳଙ୍କ ସହ ବୁଳଙ୍ଗ କେନାଲ ନିକଟରେ ରହୁଥିଲେ। ସେ ଜଣେ ଦିବ୍ୟାଙ୍ଗ ଥିବାବେଳେ ପ୍ରାୟ ୧୨ ବର୍ଷ ଧରି ଏହି ଅଞ୍ଚଳରେ ବସବାସ କରୁଥିଲେ। ତାଙ୍କର ମୂଳ ଘର ବାଲେଶ୍ୱରର ମୁଲ୍ହା ନଗରରେ ବୋଲି ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୌଣସି କାରଣରୁ ମହେନ୍ଦ୍ର କେନାଲରେ ପଡ଼ିଯାଇଥିଲେ ଏବଂ ଏଥିରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ସେ କିପରି କେନାଲରେ ପଡ଼ିଲେ, ତାହାର କାରଣ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣା ପରେ ମୃତକଙ୍କ ପରିବାର ଓ ବୁଳଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *