• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାଗଲପୁର ବିଦ୍ୟାଳୟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ

Byodishri Live

Nov 6, 2026

ଦଶମ ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ପୁରାତନ ଛାତ୍ରଙ୍କ ପ୍ରୟାସ; ୧୨ ଜଣ ଛାତ୍ରଛାତ୍ରୀ ହେଲେ ଉପକୃତ

ବାଲିପାଟଣା (ଓଡ଼ିଶ୍ରୀ ସମ୍ବାଦ): ଶିକ୍ଷାର ବିକାଶ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ବାଲିପାଟଣା ବ୍ଲକ୍‌ର ବାଗଲପୁରସ୍ଥିତ ବିପିନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ମଞ୍ଚ ପକ୍ଷରୁ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୧୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ପ୍ରଦାନ କରାଯାଇଛି।

ପୁରାତନ ଛାତ୍ର ପ୍ରଳୟ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬ ଜଣ ଛାତ୍ର ଓ ୬ ଜଣ ଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି ପାଇଁ ଟେଷ୍ଟ ପେପର ବଣ୍ଟନ କରାଯାଇଥିଲା। ଏହି ସହାୟତା ସେମାନଙ୍କୁ ଅଭ୍ୟାସ ଓ ପ୍ରସ୍ତୁତିରେ ସହଯୋଗ କରିବା ସହ ବୋର୍ଡ ପରୀକ୍ଷା ପାଇଁ ଆତ୍ମବିଶ୍ୱାସ ବଢ଼ାଇବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ରୋଜାଲିନ ରଥ, ଶୁଭଶ୍ରୀ ପଟ୍ଟନାୟକ, ପ୍ରେସ୍‌କ୍ଲବ ସଭାପତି ଦିଲ୍ଲୀପ ଓଝା, ସାମ୍ବାଦିକ ଅରୁଣ ଶତପଥୀ, ଆଶୁତୋଷ ଚୌଧୁରୀ, ରଞ୍ଜନ କୁମାର ମହାପାତ୍ର ଓ ସହକାରୀ ଶିକ୍ଷକ ଦୀନବନ୍ଧୁ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ନିୟମିତ ପାଠପଢ଼ା, ଶୃଙ୍ଖଳା ଓ ଏକାଗ୍ରତା ସହ ପରୀକ୍ଷା ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଥିଲେ।

ପୁରାତନ ଛାତ୍ରମାନଙ୍କ ଏହି ଶିକ୍ଷାମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ପାଇଁ ପୁରାତନ ଛାତ୍ରଙ୍କ ଏଭଳି ସହଯୋଗ ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *