• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମେଘା ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣ ଆରମ୍ଭରୁ ବିବାଦ: PCC କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ

Byodishri Live

Nov 6, 2026

କାଦୁଅ ଉପରେ ଢଳେଇ ଓ ବାଲି ବ୍ୟବହାର ଅଭିଯୋଗ; ନିର୍ମାଣସ୍ଥଳରେ ନାହିଁ ସୂଚନା ଫଳକ

କୋକସରା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ପଞ୍ଚାୟତରେ ମେଘା ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ପାଣି ଟାଙ୍କି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ନିର୍ମାଣ କାର୍ଯ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁଯାୟୀ, ନିର୍ମାଣସ୍ଥଳରେ କାଦୁଅ ଥିବା ଅବସ୍ଥାରେ PCC ଢଳେଇ କାର୍ଯ୍ୟ କରାଯାଉଥିବା ଦେଖାଯାଇଛି। ଏଥିସହ PCC କାର୍ଯ୍ୟରେ ବାଲିର ବ୍ୟବହାରକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରାଯାଇଛି। ତେବେ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନ ଓ କାର୍ଯ୍ୟର ଗୁଣବତ୍ତା ସମ୍ପର୍କରେ ବିଭାଗୀୟ ଯାଞ୍ଚ ହେବା ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇପାରିବ।

ଅନ୍ୟପକ୍ଷରେ, ଏତେ ବଡ଼ ଜନସ୍ୱାର୍ଥ ସମ୍ପନ୍ନ ପ୍ରକଳ୍ପର ନିର୍ମାଣସ୍ଥଳରେ ସୂଚନା ଫଳକ ନଥିବା ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ, ଠିକା ସଂସ୍ଥାର ନାମ, କାର୍ଯ୍ୟ ଶେଷ ହେବାର ସମୟସୀମା ଏବଂ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସମ୍ପର୍କରେ ସାଧାରଣ ଲୋକେ ଜାଣିପାରୁନାହାନ୍ତି।

ପାଣି ଟାଙ୍କି ଭଳି ଗୁରୁତ୍ୱପୂର୍ଣ୍ଣ ଜନସେବା ପ୍ରକଳ୍ପର ନିର୍ମାଣ ଆରମ୍ଭରୁ ଗୁଣବତ୍ତାକୁ ନେଇ ଅଭିଯୋଗ ଉଠିବା ଚିନ୍ତାର ବିଷୟ ହୋଇଛି। ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ୱ ଓ ଲୋକଙ୍କୁ ଦୀର୍ଘକାଳୀନ ଭାବେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ଦାବି ହେଉଛି।

ଏନେଇ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ନିର୍ମାଣସ୍ଥଳ ପରିଦର୍ଶନ କରି PCC କାର୍ଯ୍ୟର ମାନ ଯାଞ୍ଚ କରିବା ସହ ବ୍ୟବହୃତ ବାଲି, ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀର ନମୁନା ପରୀକ୍ଷା କରିବାକୁ ଦାବି ହୋଇଛି। ଏଥିସହ ପ୍ରକଳ୍ପର ସମସ୍ତ ବିବରଣୀ ସହ ସୂଚନା ଫଳକ ସ୍ଥାପନ କରିବାକୁ ମଧ୍ୟ ଦାବି ଉଠିଛି।

Spread the love

Leave a Reply

Your email address will not be published. Required fields are marked *