• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ହଳଦୀ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା: ସଫେଇ ଦାବି

Byodishri Live

Nov 6, 2026

ଶୌଚାଳୟ ନିକଟରେ ଦୁର୍ଗନ୍ଧ, ଜମି ରହିଛି ଅଳିଆ ଓ ଅନାବନା ଘାସ; ଅସୁବିଧାରେ ସ୍ଥାନୀୟ ଲୋକ ଓ ମହିଳା

ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମ ପଞ୍ଚାୟତରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ପରିମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ପରିସରରେ ଅଳିଆ ଆବର୍ଜନା ଓ ଅନାବନା ଘାସ ଜମି ରହିବା ସହ ଶୌଚାଳୟ ନିକଟରେ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ନାନା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକ ଓ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଶୌଚାଳୟ ଚାରିପାଖରେ ନିୟମିତ ସଫେଇ କରାଯାଉନାହିଁ। ଏଥିସହ ସେବା କେନ୍ଦ୍ର ପରିସରରେ ଅଳିଆ ଆବର୍ଜନା ଜମି ରହିବା ଓ ଅନାବନା ଘାସ ବଢ଼ିଯିବାରୁ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଫଳରେ ଶୌଚାଳୟ ବ୍ୟବହାର କରିବାକୁ ଆସୁଥିବା ଲୋକ, ବିଶେଷକରି ମହିଳାମାନେ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେବା କେନ୍ଦ୍ରର ସଫେଇ ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ନିୟମିତ ସଫେଇ କାହିଁକି କରାଯାଉନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହି ଅବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସେବା କେନ୍ଦ୍ରର ପରିବେଶ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ତେଣୁ ସମ୍ପୃକ୍ତ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଶୌଚାଳୟ ସମେତ ସମଗ୍ର ସେବା କେନ୍ଦ୍ର ପରିସରକୁ ନିୟମିତ ସଫେଇ କରିବା ସହ ଉପଯୁକ୍ତ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *