• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାରିପଦାରେ ‘ବିକଶିତ ଭାରତ ଯୁବ ସଂଳାପ ଦିବସ ଓ ଯୁବ ଉତ୍ସବ’ ଉଦ୍‌ଯାପିତ

Byodishri Live

Nov 7, 2026

ବିଭିନ୍ନ ପ୍ରତିଯୋଗିତାରେ ଯୁବପ୍ରତିଭାଙ୍କ ପ୍ରଦର୍ଶନ; କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଅଭିନନ୍ଦନ

ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ଯୁବପିଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ ନେତୃତ୍ୱ ଦକ୍ଷତାର ବିକାଶ ସହ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଚେତନା ଓ ରାଷ୍ଟ୍ର ନିର୍ମାଣର ଭାବନାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ‘ବିକଶିତ ଭାରତ ଯୁବ ସଂଳାପ ଦିବସ ଓ ଯୁବ ଉତ୍ସବ’ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି।

ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ପୌରାଞ୍ଚଳ ଓ ମହାବିଦ୍ୟାଳୟରୁ ଯୁବପ୍ରତିଭାମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର କଳା, ସାଂସ୍କୃତିକ ଦକ୍ଷତା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।

ଉତ୍ସବର ଉଦ୍‌ଘାଟନୀ ସମାରୋହରେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଚ୍ଛାୟତ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଯୁବ ଉତ୍ସବ ଜିଲ୍ଲାର ଯୁବପ୍ରତିଭାମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ଓ ପରିମାର୍ଜନ ପାଇଁ ଏକ ମଞ୍ଚ ଯୋଗାଇଦେଇଥିଲା। ଏହା ସହ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ସହ ବିକଶିତ ଓ ସମୃଦ୍ଧ ଭାରତ ଗଠନରେ ସେମାନଙ୍କ ସକ୍ରିୟ ଭାଗୀଦାରି ପାଇଁ ପ୍ରେରଣା ଯୋଗାଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ।

ଉଦ୍‌ଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ଆଚାର୍ଯ୍ୟ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ।

ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ଶୁଭାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବର ସଫଳ ଆୟୋଜନରେ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ବିଭାଗ, ଶିକ୍ଷା ବିଭାଗ, ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତା ଏବଂ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *