• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମାଲକାନଗିରି ଜିଲ୍ଲାରେ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

Byodishri Live

Nov 7, 2026

ଚାରିଟି ସ୍ଥାନରେ ଅନୁଷ୍ଠିତ ହେଲା କାର୍ଯ୍ୟକ୍ରମ; ଶିକ୍ଷାର ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ

ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲାର ମାଲକାନଗିରି, ପଡ଼ିଆ ଓ ଖଇରପୁଟ ବ୍ଲକ୍‌ର ଚାରିଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମାଲକାନଗିରି ବ୍ଲକ୍‌ ଅନ୍ତର୍ଗତ ଗୋରାଖୁଣ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ନରସିଂହ ମାଡ଼କାମି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ଉଣ୍ଡୁରକୋଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା, ପଡ଼ିଆ ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ, ପଡ଼ିଆ ବ୍ଲକ୍‌ ଅଧ୍ୟକ୍ଷା ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ବରୋଇ ଏବଂ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇଥିଲେ।

ମାଲକାନଗିରି ବ୍ଲକ୍‌ର ସିମିଳିବାଞ୍ଛା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଏବଂ ପଡ଼ିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱପ୍ନେଶ୍ୱର ନାୟକ ଅତିଥି ଭାବେ ଯୋଗଦେଇଥିଲେ।

ଅନ୍ୟପକ୍ଷରେ ଖଇରପୁଟ ବ୍ଲକ୍‌ର ମାଡ଼କାପଦର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଚତୁର୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି, ଖଇରପୁଟ ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ, ଖଇରପୁଟ ବ୍ଲକ୍‌ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗିରଥି ବେହେରା ଏବଂ ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଗଣ୍ଡ ଯୋଗଦେଇଥିଲେ।

ସମସ୍ତ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷାର କର୍ମଚାରୀ ଓ ବୈଷୟିକ ପରାମର୍ଶଦାତାମାନେ ସହଯୋଗ କରିଥିଲେ। ମୁଖ୍ୟ ପରାମର୍ଶଦାତା ସରୋଜ କୁମାର ସାମନ୍ତରାୟ କାର୍ଯ୍ୟକ୍ରମଗୁଡ଼ିକର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *