• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗଞ୍ଜାମରେ ୨୩ କେଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

Byodishri Live

Sep 22, 2026

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଖାରୀଗୁଡା ଟୋଲ୍‌ ଗେଟ୍‌ ନିକଟରୁ ପ୍ରାୟ ୨୩ କେଜି ବେଆଇନ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଅବକାରୀ ଟିମ୍‌କୁ ଗଞ୍ଜେଇ ଚୋରାଚାଲାଣ ନେଇ ସୂଚନା ମିଳିଥିଲା। ଏହାପରେ ଟିମ୍‌ ଖାରୀଗୁଡା ଟୋଲ୍‌ ଗେଟ୍‌ ନିକଟରେ ଅପେକ୍ଷା କରିଥିଲା। ଫୁଲବାଣୀ ରାସ୍ତାରେ ଏକ ଅଟୋ ଆସୁଥିବା ଦେଖି ଅଟକାଇ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ବେଳେ ଅଟୋରେ ଥିବା ଏକ ଜରି ବସ୍ତାରୁ ପ୍ରାୟ ୨୩ କେଜି ଗଞ୍ଜେଇ ମିଳିଥିଲା। ଅବକାରୀ ବିଭାଗ ଗଞ୍ଜେଇ ସହ ଅଟୋଟିକୁ ଜବତ କରିଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ବୁଡ଼ରୁମାହା ଗ୍ରାମର ପ୍ରଦୀପ ମଲିକ ଏବଂ ଲେଟିଙ୍ଗିଆ ଗ୍ରାମର ଅଗସ୍ତି ନାୟକ। ଉଭୟଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

ଏନେଇ NDPS ଆକ୍ଟ, ୧୯୮୫ ଅନୁସାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *