• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଲ୍ପ ପବନ ହେଲେ ରାଇସ୍ ମିଲ୍‌ରୁ ଉଡୁଛି ଧୂଳି, ଅସନ୍ତୁଷ୍ଟ ଗ୍ରାମବାସୀ

Byodishri Live

Sep 22, 2026

କେସିଙ୍ଗା(ଓଡ଼ିଶ୍ରୀ ସମ୍ବାଦ): କେସିଙ୍ଗା ବ୍ଲକ୍ ଲଇତରା ପଞ୍ଚାୟତ ଅନ୍ତର୍ଗତ ମଶାଣିମୁଣ୍ଡା ଗ୍ରାମରେ ଥିବା ଦୁର୍ଗା ରାଇସ୍ ମିଲ୍‌ରୁ ଲାଖଡ଼ ଓ ଧୂଳିକଣା ଉଡୁଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମିଲ୍ ଚାଲୁଥିବା ସମୟରେ ଅଳ୍ପ ପବନ ହେଲେ ବହୁ ପରିମାଣରେ ଧୂଳି ଓ ଲାଖଡ଼ ଉଡ଼ି ଆଖପାଖ ଅଞ୍ଚଳରେ ପହଞ୍ଚୁଛି। ଫଳରେ ଘରଦ୍ୱାର, ରାସ୍ତା ଓ ପରିବେଶ ଧୂଳିରେ ଆଚ୍ଛାଦିତ ହେଉଥିବା ଅଭିଯୋଗ ହୋଇଛି।

ଧୂଳିକଣା ନିୟନ୍ତ୍ରଣ ପାଇଁ ମିଲ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉନଥିବା ନେଇ ମଧ୍ୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହା ଯୋଗୁଁ ଗ୍ରାମର ପରିବେଶ ପ୍ରଭାବିତ ହେବା ସହ ଦୈନନ୍ଦିନ ଜୀବନରେ ଲୋକେ ଅସୁବିଧା ଭୋଗୁଥିବା ସେମାନେ କହିଛନ୍ତି।

ସମସ୍ୟାର ସ୍ଥାୟୀ ସମାଧାନ ସହ ମିଲ୍‌ରୁ ବାହାରୁଥିବା ଧୂଳି ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଘଟଣାର ପ୍ରଶାସନିକ ଓ ପରିବେଶଗତ ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମଶାଣିମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *