ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ‘ସେବା ହିଁ ଧର୍ମ’ ଉକ୍ତିକୁ ସାର୍ଥକ କରି ମାନବିକତାର ଏକ ନିଆରା ଉଦାହରଣ ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ କାର୍ଯ୍ୟରତ ଏଏସ୍ଆଇ ହେମ୍ବ୍ରମ ଭୁଣ୍ଡା। ପ୍ରଚଣ୍ଡ ଖରାରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିଜ ହାତରେ ORS ପିଆଇ ମାନବିକତାର ପରିଚୟ ଦେଇଛନ୍ତି।
ସୂଚନା ଅନୁଯାୟୀ, ଚାନ୍ଦବାଲି ଅଞ୍ଚଳରେ ପ୍ରବଳ ଖରା ସମୟରେ ଦିବ୍ୟାଙ୍ଗ ଜଗନ୍ନାଥ ସାହୁଙ୍କୁ ଅତ୍ୟଧିକ ଶୋଷ ଲାଗିଥିଲା। ତାଙ୍କ ପାଖରେ ପାଣି ଥିଲେ ମଧ୍ୟ ନିଜେ ଠିକ୍ ଭାବେ ପିଇବାରେ ଅସମର୍ଥ ଥିଲେ।
ଏହି ସମୟରେ ଡ୍ୟୁଟିରେ ଥିବା ଏଏସ୍ଆଇ ହେମ୍ବ୍ରମ ଭୁଣ୍ଡାଙ୍କ ନଜର ଜଗନ୍ନାଥଙ୍କ ଉପରେ ପଡ଼ିଥିଲା। ସେ ତୁରନ୍ତ ତାଙ୍କ ନିକଟକୁ ଯାଇ ନିଜ ହାତରେ ଜଗନ୍ନାଥଙ୍କୁ ORS ପାଣି ପିଆଇଥିଲେ।
ଖରାରେ ଅସହାୟ ଥିବା ଜଣେ ଦିବ୍ୟାଙ୍ଗଙ୍କୁ ଏଭଳି ସହାୟତା କରିବାର ଘଟଣା ସ୍ଥାନୀୟ ଅଞ୍ଚଳରେ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି। ଏଏସ୍ଆଇଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।
