• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନୂତନ ଉପଜିଲ୍ଲାପାଳଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ରେଢ଼ାଖୋଲର ବରିଷ୍ଠ କଂଗ୍ରେସ କର୍ମୀ

Byodishri Live

Sep 24, 2026

ଚାରମାଳ (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦେଇଥିବା ଶ୍ରୀ ପବନ କୁମାର (ଆଇଏଏସ୍)ଙ୍କୁ ରେଢ଼ାଖୋଲର ବରିଷ୍ଠ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ଅବସରରେ କଂଗ୍ରେସ ପକ୍ଷରୁ ନୂତନ ଉପଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯିବା ସହ ହାର୍ଦ୍ଦିକ ଶୁଭେଚ୍ଛା ଜଣାଯାଇଥିଲା। ସାକ୍ଷାତକାର ସମୟରେ ଅଞ୍ଚଳର ବିଭିନ୍ନ ଜନସାଧାରଣଙ୍କ ସମସ୍ୟା, ଉନ୍ନୟନମୂଳକ କାର୍ଯ୍ୟ ଓ ଆଇନଶୃଙ୍ଖଳା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ରେଢ଼ାଖୋଲ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ନୂତନ ଉପଜିଲ୍ଲାପାଳ ଗୁରୁତ୍ୱ ଦେବେ ବୋଲି କଂଗ୍ରେସ ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ସଂଗଠକ ଅମରେଶ ପ୍ରଧାନ, ନୃପତି ପ୍ରଧାନ, କରଣ ପ୍ରଧାନ, ସଞ୍ଜୟ ପ୍ରଧାନ, ଶର୍ମାଦ ଅଲ୍ଲୀ, ଚାରମାଳର ଯୁବ କଂଗ୍ରେସ ନେତା ସତ୍ୟବ୍ରତ ମହାନ୍ତି ଏବଂ ଯୁବ ସମାଜସେବୀ ଆଲୋକ ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *