• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଶିକ୍ଷକ, ଆଇନଜୀବୀ ଓ ରାଜନେତାଙ୍କ ଆକସ୍ମିକ ପରଲୋକ

Byodishri Live

Sep 24, 2026

କଣ୍ଟାବାଞ୍ଜି (ଓଡ଼ିଶ୍ରୀ ସମ୍ବାଦ): ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଜଣେ ମୃଦୁଭାଷୀ ବ୍ୟକ୍ତିଙ୍କ ୭୩ ବର୍ଷ ବୟସରେ ଆକସ୍ମିକ ବିୟୋଗ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କଣ୍ଟାବାଞ୍ଜି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସେ ପ୍ରଥମେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୧୯୯୫ ମସିହାରେ ସରକାରୀ ରାଷ୍ଟ୍ରୀୟ ହିନ୍ଦୀ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗଦେଇଥିଲେ। ପାଠପଢ଼ା ସମୟରେ ଶୃଙ୍ଖଳିତ ଥିବା ବେଳେ ଖେଳ ସମୟରେ ଛାତ୍ରଛାତ୍ରୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରୁଥିବା ସ୍ମୃତି ରହିଛି।

ପରବର୍ତ୍ତୀ ସମୟରେ ସେ ଆଇନଜୀବୀ ଭାବେ ପେସାଦାର ଜୀବନ ଆରମ୍ଭ କରିଥିଲେ। କଣ୍ଟାବାଞ୍ଜି ଓକିଲ ସଂଘର ସମ୍ପାଦକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ଏଥିସହ ସେ ବିଜୁ ଜନତା ଦଳର ନଗର ସଭାପତି ଦାୟିତ୍ୱ ନେଇ ଦଳୀୟ ସଂଗଠନରେ କାର୍ଯ୍ୟ କରିଥିଲେ।

ଶିକ୍ଷକ, ଆଇନଜୀବୀ ଓ ରାଜନୈତିକ କର୍ମୀ ଭାବେ ବିଭିନ୍ନ କ୍ଷେତ୍ରରେ ଜଡ଼ିତ ଥିବା ତାଙ୍କ ବିୟୋଗରେ ପରିବାର, ସହକର୍ମୀ, ଆଇନଜୀବୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *