ଚାରମାଳ (ଓଡ଼ିଶ୍ରୀ ସମ୍ବାଦ): ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ବଂଶାଜାଳ ଖେଳପଡ଼ିଆ ପରିସରରେ ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମପଞ୍ଚାୟତ ସରପଞ୍ଚ, ୱାର୍ଡ ସଭ୍ୟ ଲୋକନାଥ ପ୍ରଧାନ, ସ୍ଥାନୀୟ ଭଦ୍ରବ୍ୟକ୍ତି, ସମାଜସେବୀ ସଞ୍ଜୟ ସାଗରଙ୍କ ସମେତ ବହୁ ସଂଖ୍ୟାରେ ଯୁବକ ଓ କ୍ରୀଡ଼ାବିତ୍ ସାମିଲ ହୋଇଥିଲେ।
ଖେଳପଡ଼ିଆର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାରର ଛାୟାପ୍ରଦ ଓ ଫଳପ୍ରଦ ଚାରା ରୋପଣ କରାଯାଇଥିଲା। ଖେଳପଡ଼ିଆର ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ କହିଥିଲେ।
କେବଳ ଚାରାରୋପଣରେ ସୀମିତ ନରହି ଗଛଗୁଡ଼ିକର ସୁରକ୍ଷା ଓ ନିୟମିତ ଯତ୍ନ ନେବାକୁ ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ସଂକଳ୍ପ ନିଆଯାଇଛି। ଗ୍ରାମପଞ୍ଚାୟତର ଏହି ପରିବେଶ ଅନୁକୂଳ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।
