• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଘୁଞ୍ଚିତରାରେ କିରାନା ଦୋକାନରେ ଅଗ୍ନିକାଣ୍ଡ, ମହିଳା ଗୁରୁତର; ସାମଗ୍ରୀ ପୋଡ଼ି ପାଉଁଶ

Byodishri Live

Sep 25, 2026

ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଘୁଞ୍ଚିତରା ଗ୍ରାମରେ ଏକ କିରାନା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୋପାଳ ଦୋରା ଦୋକାନରେ ପୂଜା କରି ଦୀପ ଜାଳିଥିଲେ। ପରେ ପବନ ଯୋଗୁଁ ଦୀପଟି ଦୋକାନରେ ରଖାଯାଇଥିବା ପେଟ୍ରୋଲ ସଂସ୍ପର୍ଶରେ ଆସିବାରୁ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଇଛି। ଦୋକାନରେ ଗୋପାଳଙ୍କ ମାଆ ଦ୍ରୌପଦୀ ଦୋରା ଉପସ୍ଥିତ ଥିଲେ।

ନିଆଁ ଲାଗିବା ପରେ ଦୋକାନରେ ଥିବା ଟଙ୍କା ଆଣିବାକୁ ଯାଇଥିବା ବେଳେ ଦ୍ରୌପଦୀ ନିଆଁରେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଯାଇଥିଲା।

ଅଗ୍ନିକାଣ୍ଡରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାରୁ ପରିବାର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ଗୁରୁତର ମହିଳାଙ୍କ ଉତ୍ତମ ଚିକିତ୍ସା ସହ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *