• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜ୍ଞାନେଶ କୁମାରଙ୍କୁ ହଟାଇବା ଓ ଗିରଫ ଦାବିରେ କଳାହାଣ୍ଡି କଂଗ୍ରେସର ବିକ୍ଷୋଭ

Byodishri Live

Sep 28, 2026

ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଓ ତାଙ୍କୁ ଗିରଫ କରିବା ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେପ୍ଟେମ୍ବର ୨୮ ତାରିଖରେ ଦଳୀୟ ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ ଜଣାଇଥିଲେ।

ବିକ୍ଷୋଭ ସମୟରେ କଂଗ୍ରେସ ନେତା ଓ କର୍ମୀମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇଥିଲେ। ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିବା କୁହାଯାଇଛି।

କଂଗ୍ରେସ ପକ୍ଷରୁ ଜ୍ଞାନେଶ କୁମାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପଦରୁ ହଟାଇବା ଦାବି ଉଠାଯାଇଛି। ଏହି ଦାବି ନେଇ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *