• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କଲେଇ ପଞ୍ଚାୟତରେ ଜାରି ରହିଛି ରିଲିଫ୍ କାର୍ଯ୍ୟକ୍ରମ

Byodishri Live

Sep 28, 2026

କଲେଇ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତ ଅଞ୍ଚଳରେ ବନ୍ୟା ବିପଦଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ରିଲିଫ୍ କାର୍ଯ୍ୟକ୍ରମ ଜାରି ରହିଛି। ପଞ୍ଚାୟତ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଉଛି। ଏହା ପୂର୍ବରୁ ପ୍ରାୟ ୧୪୦୦ରୁ ୧୫୦୦ ପ୍ୟାକେଟ୍‌ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଏଥିସହ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା।

ଗତକାଲି ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓ ପ୍ରମୁଖ କଲେଇ ପଞ୍ଚାୟତ ଅଞ୍ଚଳକୁ ଗସ୍ତ କରି ଚାଲିଥିବା ରିଲିଫ୍ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଲୋକଙ୍କ ଆବଶ୍ୟକତା, ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଓ ପ୍ରଶାସନିକ ସହାୟତା ସମ୍ପର୍କରେ ସେମାନେ ଅନୁଧ୍ୟାନ କରିଥିବା କୁହାଯାଇଛି।

ଆଜି ମଧ୍ୟ ପଞ୍ଚାୟତବାସୀଙ୍କ ସହଯୋଗରେ ରିଲିଫ୍ କାର୍ଯ୍ୟକ୍ରମ ଜାରି ରହିଛି। ସରପଞ୍ଚ ବିଳାସିନୀ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ମହେନ୍ଦ୍ର କୁମାର ମଲିକ, ସମିତି ସଭ୍ୟ ପ୍ରତିନିଧି ତାପସ ରାୟ, ଯୁବ ନେତା ସୁନୀଲ କୁମାର ଲେଙ୍କା, ପଞ୍ଚାୟତର ବିଜେପି ସହପ୍ରମୁଖ ପ୍ରତିନିଧି ଦୀପକ ନାୟକ, ପ୍ରସନ୍ନ କୁମାର ପ୍ରଧାନ, ସାମାଜିକ ଗଣମାଧ୍ୟମ ପ୍ରଚାରକ ପତିତ ପାବନ ଦାସଙ୍କ ସମେତ ପଞ୍ଚାୟତବାସୀ ଏକଜୁଟ ହୋଇ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି।

ବିପଦ ସମୟରେ ପଞ୍ଚାୟତର ସାଧାରଣ ଲୋକମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ରିଲିଫ୍ କାର୍ଯ୍ୟରେ ସହଯୋଗ କରୁଥିବାରୁ ଏହା ଏକ ସାମୂହିକ ପ୍ରୟାସର ରୂପ ନେଇଛି। ଆବଶ୍ୟକତା ଥିବା ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି।

ପଞ୍ଚାୟତବାସୀଙ୍କ ପକ୍ଷରୁ କୁହାଯାଇଛି ଯେ, ଏଭଳି ଜରୁରୀ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ସହଯୋଗ ଜାରି ରହିବ ବୋଲି ସେମାନେ ଆଶା ରଖିଛନ୍ତି। ପ୍ରଶାସନର ସହଯୋଗ ପାଇଁ ପଞ୍ଚାୟତବାସୀ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *