• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରବିବାର କଟକ ଚା ଖଟିରେ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଉପରେ ଚର୍ଚ୍ଚା

Byodishri Live

Sep 28, 2026

କଟକ (ଓଡ଼ିଶ୍ରୀ ସମ୍ବାଦ): ରବିବାର କଟକ ସିଡିଏ-୯ ନମ୍ବର ଛକଠାରେ ‘କଟକ ଚା ଖଟି’ ଆୟୋଜିତ ହୋଇଥିଲା। ଏଥିରେ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ସହରର ବିଭିନ୍ନ ସମସ୍ୟାକୁ ନେଇ ସହରର ବରିଷ୍ଠ ନାଗରିକ ଓ ଯୁବପିଢ଼ିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ସହରର ରାସ୍ତାଘାଟର ଅବ୍ୟବସ୍ଥାକୁ ନେଇ ଅନେକ ଅଞ୍ଚଳର ଯୁବକ ଓ ବରିଷ୍ଠ ନାଗରିକମାନେ ନିଜ ନିଜ ମତାମତ ପ୍ରକାଶ କରିଥିଲେ। ସହରର ବିକାଶ ପାଇଁ ନାଗରିକମାନଙ୍କ ସକ୍ରିୟ ଭୂମିକା ଓ ସମସ୍ୟା ପ୍ରତି ସଚେତନତା ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।

କଟକ ଚା ଖଟି ମାଧ୍ୟମରେ ନାଗରିକଙ୍କ ମଧ୍ୟରେ ସଚେତନତା ଓ ଜନଜାଗରଣ ସୃଷ୍ଟି କରି ସହରର ବିଭିନ୍ନ ସମସ୍ୟାକୁ ସାମ୍ନାକୁ ଆଣିବା ନେଇ ଆଲୋଚନା ହୋଇଥିଲା।

ଏହି ଅବସରରେ ବରିଷ୍ଠ ଆଇନଜୀବୀ ସୌରୀ ମହାପାତ୍ର ଯୋଗଦେଇ ସହରର ରାସ୍ତାଘାଟର ଅବ୍ୟବସ୍ଥା ନେଇ ନିଜର ମତାମତ ପ୍ରକାଶ କରିଥିଲେ। ଏଥିସହ ସହରର ବିଭିନ୍ନ ଅଞ୍ଚଳରୁ ଯୁବପିଢ଼ି ଓ ବରିଷ୍ଠ ନାଗରିକମାନେ ଯୋଗଦେଇ ସହରର ବର୍ତ୍ତମାନର ସ୍ଥିତି ଓ ରାସ୍ତାଘାଟ ସମସ୍ୟା ନେଇ ନିଜ ନିଜ ମତ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *