କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ଯୁବଗୋଷ୍ଠୀ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆୟୋଜିତ ହୋଇଛି।
ଏହି ଅବସରରେ ଯୁବଗୋଷ୍ଠୀର ସଦସ୍ୟମାନେ ମା’ ବାସୁଳୀ ମନ୍ଦିର ପରିସର ଓ ଏହାର ଚତୁଃପାର୍ଶ୍ୱ ସଫେଇ କରିଥିଲେ। ଜମି ରହିଥିବା ଅଳିଆ-ଆବର୍ଜନା ଓ ଲଟା ସଫା କରିବା ସହ ପରିବେଶକୁ ପରିଚ୍ଛନ୍ନ ରଖିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ସଫେଇ ଅଭିଯାନରେ ପୁରୁଷୋତ୍ତମ ନାଏକ, ବିଚିତ୍ରାନନ୍ଦ ଦାସ, ଅମର ନାଏକ, ଲିଙ୍ଗରାଜ ନାଏକ, ଚୌଧୁରୀ ନାଏକ, ଦୁଷ୍ମନ୍ତ ବେହେରା, ଅନୁଭବ ଦାସ ଓ ଶିବସୁନ୍ଦର କାଣ୍ଡିଙ୍କ ସମେତ ଯୁବଗୋଷ୍ଠୀର ସଦସ୍ୟମାନେ ଯୋଗଦେଇଥିଲେ।
ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ସହ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି କରିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ଯୁବଗୋଷ୍ଠୀ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।
