• Fri. Jul 17th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମା ବରୁଣାଇଁ ନାଟ୍ୟ ସଂସଦ ପକ୍ଷରୁ ୨୦୨୬ ରଜ ମହୋତ୍ସବ: ଗ୍ରାମର ପିଲାମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

Byodishri Live

Jun 16, 2026

ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ “ମା ବରୁଣାଇଁ ନାଟ୍ୟ ସଂସଦ” ପକ୍ଷରୁ ୨୦୨୬ ରଜ ମହୋତ୍ସବ ତିନି ଦିନ ଧରି ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ଶିଶୁ ଓ ଯୁବପିଢ଼ି ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ ଉତ୍ସାହର ସହ ଭାଗ ନେଇଥିଲେ।
ତିନି ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ଦୌଡ଼, ମ୍ୟୁଜିକ୍ ଚେୟାର, ପୁଚି ଖେଳ,କବାଡି ନାଚ, ଗୀତ,ଝିଅମାନଙ୍କ ପାଇଁ ରଜ ଦୋଳି ସହ ବିଭିନ୍ନ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ ବ୍ୟାପକ ସହଯୋଗ ଓ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।
ଶେଷ ଦିନରେ ବିଜେତା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତି ଭାବେ ଅଭିମନ୍ୟୁ ଦାସ,ସମ୍ମାନିତ ଅତିଥି ମା ବରୁଣାଇଁ କମିଟି ସଭାପତି ପ୍ରକାଶ କର,ବରିଷ୍ଠ ଶିକ୍ଷବିତ ପଣ୍ଡିତ ରବୀନ୍ଦ୍ର କର, ମା ବରୁଣାଇଁ ନାଟ୍ୟ ସଂସଦ ସଭାପତି ଗୁରୁଚଣ ବାରିକ, ଉପସଭାପତି ପ୍ରଭାତ ପାଣି,ଗୁଣୁପୁର ଉପେନ୍ଦ୍ରନାଥ ରଣା ଗୁଣୁପୁର ଗ୍ରାମର ଉଦୟମାନ ଯୁବ ରାକେଶ ସାହୁ,ନାଟ୍ୟ ସଂସଦ ର ଉପଦେଷ୍ଟା ଜ୍ଞାନରଞ୍ଜନ ରାଉତ, ମା ବରୁଣାଇଁ ନାଟ୍ୟ ସଂସଦ ର ସମସ୍ତ ମେମ୍ବର ଓ ଗୁଣୁପୁର ଗ୍ରାମ ବାସି ବୃନ୍ଦ ଆୟୋଜକମାନେ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଗ୍ରାମରେ ଭାଇଚାରା, ସାଂସ୍କୃତିକ ପରମ୍ପରା ଓ କ୍ରୀଡ଼ା ମନୋଭାବକୁ ସୁଦୃଢ଼ କରିଥାଏ।
ମାହାଙ୍ଗା ରୁ ଦୟାନିଧି ସାହୁ ଙ୍କ ରିପୋର୍ଟ

Spread the love

Leave a Reply

Your email address will not be published. Required fields are marked *