• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦୂତିମେଣ୍ଡୀ ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ

Byodishri Live

Oct 12, 2026

ସ୍ୱଚ୍ଛତା ଅଭିଯାନ ସହ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା, ବୁଢ଼ାଦାନୀ ଚାମ୍ପିୟନ

ଖଜୁରୀପଡ଼ା, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡୀ ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ସଂଘର ସଭାପତି ସମୀର ପ୍ରସାଦ ଝାଙ୍କରଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ପଞ୍ଚାୟତର ବିଭିନ୍ନ ୱାର୍ଡରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଓ ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅଭିଯାନରେ ଖଜୁରୀପଡ଼ାର ମା’ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ, ପିଣ୍ଡାବାଡ଼ିର ଦୁର୍ଗାଦେବୀ ଯୁବକ ସଂଘ ଏବଂ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ସହଯୋଗ କରିଥିଲେ।

ଏହାପରେ ମଧ୍ୟାହ୍ନ ୧୨ଟାରେ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ଏଥିସହ ସେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ପାବୁରିଆ, ବୁଢ଼ାଦାନୀ, ଖଜୁରୀପଡ଼ା, ଉଦୟଗିରି ଓ ଦୂତିମେଣ୍ଡୀ ସମେତ ବିଭିନ୍ନ ଅଞ୍ଚଳର ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଫାଇନାଲ୍ ମ୍ୟାଚ୍‌ରେ ବୁଢ଼ାଦାନୀ ଦଳ ଚାମ୍ପିୟନ ହୋଇଥିବାବେଳେ ଦୂତିମେଣ୍ଡୀ ଦଳ ଉପବିଜେତା ହୋଇଥିଲା।

ଖେଳ ପରିଚାଳନାରେ ମୁଖ୍ୟ ରେଫରି ସୁନୀଲ କୁମାର ବେହେରାଙ୍କ ସହ ନିଖିଳ କହଁର, ଶଶାଙ୍କ ପ୍ରଧାନ, ପପୁନ୍ ପ୍ରଧାନ ଓ ମଧୁ ପ୍ରଧାନ ସହଯୋଗ କରିଥିଲେ।

ଉଦ୍‌ଯାପନୀ ସମାରୋହରେ ଖଜୁରୀପଡ଼ା ମଣ୍ଡଳ ସଭାପତି ରଞ୍ଜନ କହଁର, ଏସ୍‌ସି ମୋର୍ଚ୍ଚା ସଭାପତି ବିଜୟ ସେଠୀ, ଓବିସି ମୋର୍ଚ୍ଚା ସଭାପତି ରୋହିତ ପ୍ରଧାନ, ଶିକ୍ଷକ ନବୀନ କହଁର, ସଡ଼ମୁଠା ସଭାପତି ଭାଗିରଥୀ କହଁର, ପୂର୍ବତନ ସରପଞ୍ଚ ଲମ୍ବୋଦର ମାଝି, ବିଜୟ ଦେହୁରୀ, ଚତୁର୍ଭୁଜ ମଲ୍ଲିକ ଓ ଅଜୟ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ। ସଂଘ ପକ୍ଷରୁ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଦଳକୁ ସାନ୍ତ୍ୱନାମୂଳକ ପୁରସ୍କାର ଏବଂ ଚାମ୍ପିୟନ ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉତ୍କଳମଣି ଯୁବକ ସଂଘର ଉପସଭାପତି ବିରଞ୍ଚି ମୁଖୀ, ସମ୍ପାଦକ ତାପସ ଦଣ୍ଡିଆ, ପୂର୍ବତନ ସଭାପତି ଦେବରାଜ ମୁଖୀ, ଟୁକୁନା ଦେହୁରୀ, ସୁଜିତ କୁମାର କହଁର, ବିରେନ୍ଦ୍ର କହଁର, ଗଜେନ୍ଦ୍ର ମୁଖୀ, ଅଭୟ ମଲ୍ଲିକ, ନୀଳଲୋହିତ ମଲ୍ଲିକ ଏବଂ ବାବା ସୋମନାଥ ଯୁବକ ସଂଘର ସମ୍ପାଦକ ମନୋଜ କୁମାର ସେଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *