• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମଧୁବନ ବ୍ୟବସାୟୀ ସଂଘର ୨୭ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ, ପ୍ରଥମ ଦିନରୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

Byodishri Live

Oct 27, 2026

ବାଲିପାଟଣା, (ଓଡ଼ିଶ୍ରୀ ସମ୍ବାଦ): ଧନଧାନ୍ୟ, ଜ୍ଞାନ ଓ ସମୃଦ୍ଧିର ପ୍ରତୀକ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ବାଲିପାଟଣାର ମଧୁବନ ଅଞ୍ଚଳ। ମଧୁବନ ବ୍ୟବସାୟୀ ସଂଘର ସହଯୋଗରେ ଆୟୋଜିତ ୨୭ତମ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଆରମ୍ଭ ହୋଇଛି। ପୂଜାର ପ୍ରଥମ ଦିନରୁ ହିଁ ମା’ଙ୍କ ଦର୍ଶନ ପାଇଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ପୂଜା ଅବସରରେ ଆକର୍ଷଣୀୟ ତୋରଣ ଓ ସୁନ୍ଦର ମଣ୍ଡପ ନିର୍ମାଣ କରାଯାଇଛି। ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ସମଗ୍ର ଅଞ୍ଚଳ। ମା’ ଗଜଲକ୍ଷ୍ମୀଙ୍କ ଭବ୍ୟ ପ୍ରତିମା ଭକ୍ତଙ୍କୁ ଆକୃଷ୍ଟ କରୁଥିବାବେଳେ ପୂଜାମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ବୈଦିକ ମନ୍ତ୍ରୋଚ୍ଚାରଣ ଓ ହୋମଯଜ୍ଞ ସହିତ ପୂଜକଙ୍କ ଦ୍ୱାରା ମା’ଙ୍କ ପୂଜାନୀତି ସମ୍ପନ୍ନ ହୋଇଛି। ପୂଜାକୁ ସଫଳ କରିବା ପାଇଁ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ବ୍ୟବସାୟୀମାନେ ସହଯୋଗ କରୁଛନ୍ତି।

ଆଗାମୀ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସନ୍ଧ୍ୟା ଆଳତିକୁ ନେଇ ପୂଜାମଣ୍ଡପରେ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶା ରହିଛି। ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *