• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ

Byodishri Live

Sep 17, 2026

(ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ନିକଟସ୍ଥ ଏକ ପୋଖରୀରେ ବୁଡ଼ି ନବମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଦିଗଛିଆସ୍ଥିତ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ସରକାରୀ କୃଷି ଗବେଷଣା କେନ୍ଦ୍ରର ପୋଖରୀକୁ ଯାଇଥିଲେ। ବିସର୍ଜନ ସମୟରେ ଗୋଡ଼ ଖସିଯିବାରୁ ଜଣେ ଛାତ୍ର ପାଣିରେ ବୁଡ଼ି ଯାଇଥିବା କୁହାଯାଉଛି।

ସାଥୀ ଛାତ୍ରମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଖୋଜାଖୋଜି ଜାରି ରହିଥିଲା। ପରେ ଗଦି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପୋଖରୀରେ ଖୋଜାଖୋଜି କରି ଛାତ୍ରଙ୍କୁ ଠାବ କରିଥିଲେ। ତେବେ ସେତେବେଳକୁ ଛାତ୍ରଙ୍କ ମୃତ୍ୟୁ ଘଟିସାରିଥିବା ଜଣାପଡ଼ିଛି।

ମୃତ ଛାତ୍ର ଜଣକ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଘଟଣାକୁ ନେଇ ସ୍ଥାନୀୟ ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ପ୍ରକୃତ ପରିସ୍ଥିତି ଓ ଦାୟିତ୍ୱ ନିର୍ଦ୍ଧାରଣ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *