• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପାଚିକା ସଂଘର କାର୍ଯ୍ୟକାରୀ ବୈଠକ: ବିଧାନସଭା ଆଗରେ ଧାରଣା ଦେବାକୁ ନିଷ୍ପତ୍ତି

Byodishri Live

Nov 6, 2026

ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ରଖିବାକୁ ମିଳିତ ମଞ୍ଚର ଡାକରା; ବିଭିନ୍ନ ଦାବି ଓ ସମସ୍ୟା ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ବରୀ, (ଓଡ଼ିଶ୍ରୀ ସମ୍ବାଦ): ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ, ଯାଜପୁର ଜିଲ୍ଲା ପକ୍ଷରୁ ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ବିରୂପା ଉଚ୍ଚବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ବିଧାନସଭା ଅଧିବେଶନ ସମୟରେ ପାଚିକା ଓ ସହାୟିକାମାନଙ୍କ ବିଭିନ୍ନ ସମସ୍ୟା ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ଓଡ଼ିଶା ପାଚିକା ସଂଘର ଉପଦେଷ୍ଟା ରାଜକିଶୋର ସାମଲ ଓ ରାଜ୍ୟ ସମ୍ପାଦିକା କାଞ୍ଚନବାଳା ରାଉତ ଯୋଗଦେଇଥିଲେ। ବୈଠକରେ ପାଚିକା ଓ ସହାୟିକାମାନଙ୍କ ବିଭିନ୍ନ ସମସ୍ୟା, ଦାବି ଏବଂ ଆଗାମୀ ଆନ୍ଦୋଳନର ରୂପରେଖ ଉପରେ ଆଲୋଚନା ହୋଇଥିଲା।

ଆସନ୍ତା ବିଧାନସଭା ଅଧିବେଶନ ସମୟରେ ବିଭିନ୍ନ ପାଚିକା ସଂଗଠନକୁ ନେଇ ଗଠିତ ମିଳିତ ମଞ୍ଚର ଡାକରାରେ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ରଖିବା ସହ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଆଲୋଚନା ହୋଇଥିଲା।

ବୈଠକରେ ବରୀ ବ୍ଲକ ପାଚିକା ସଂଘର ସଭାପତି ମିନତୀ ସାମଲଙ୍କ ସମେତ ପାର୍ବତୀ ଘଡ଼େଇ, ଦୟାନିଧି ବାରିକ, ରବୀନ୍ଦ୍ର ବେହେରା, ଦିଲ୍ଲୀପ ପତି, ନାରାୟଣ ଜେନା, ସଂଯୁକ୍ତା ନାୟକ, ସବିତା ବାରିକ, ସସ୍ମିତା ନାୟକ, ସସ୍ମିତା ଦାସ, ଧରିତ୍ରୀ ଜେନା, ଦୀପା ରାଉତ ଓ କୁନି ଦାସଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସଂଘର ରାଜ୍ୟ ସମ୍ପାଦିକା କାଞ୍ଚନବାଳା ରାଉତ କହିଛନ୍ତି ଯେ, ସଂଘର ନିଷ୍ପତ୍ତି ଅନୁଯାୟୀ ପାଚିକା ଓ ସହାୟିକାମାନେ ନିଜ ଦାବି ପୂରଣ ପାଇଁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ। ତେବେ ଏହି ଆନ୍ଦୋଳନ କେବେ ଓ କେତେଦିନ ଚାଲିବ, ସେନେଇ ପରବର୍ତ୍ତୀ କାର୍ଯ୍ୟସୂଚୀ ଉପରେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *