ଖଲ୍ଲିକୋଟ (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଖଲ୍ଲିକୋଟର ନିର୍ମଳଝର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ନିର୍ମଳଝର ମନ୍ଦିର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା।
ଦଳ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଗତି, ସୁଶାସନ ଓ ବିକଶିତ ଭାରତ ଗଠନର ସଂକଳ୍ପକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଓଡ଼ିଶାରେ ମଧ୍ୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ମାଧ୍ୟମରେ ଘର, ମନ୍ଦିର ଓ ବିଭିନ୍ନ ସ୍ଥାନରେ ଦୀପ ପ୍ରଜ୍ୱଳନ ପାଇଁ ଆହ୍ୱାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ଜିଲ୍ଲା ପ୍ରଭାରୀ ପ୍ରକାଶ ମଙ୍ଗରାଜଙ୍କ ସମେତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିବା ଜଣାପଡ଼ିଛି।
ପ୍ରଦୀପ ପ୍ରଜ୍ୱଳନ ସହ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥତା, ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା।
