• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମହାକାଳପଡ଼ାରେ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

Byodishri Live

Nov 7, 2026

ବୃକ୍ଷରୋପଣରୁ ମେଳାର ଶୁଭାରମ୍ଭ; ଚାଷୀଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଦିଆଗଲା ସୂଚନା

ମହାକାଳପଡ଼ା, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ୮ଟା ସମୟରେ ମହାକାଳପଡ଼ା ପ୍ରାଣୀ ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଏବଂ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଜୟମିନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବ୍ଲକ୍‌ ସଭାନେତ୍ରୀ ମୀରାରାଣୀ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଆଲୋକ ନାଥ, ବ୍ଲକ୍‌ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ସାଂସଦ ପ୍ରତିନିଧି ସରୋଜକାନ୍ତ ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଜୟ ଶୁକ୍ଲା ଏବଂ ମହାକାଳପଡ଼ା ପଞ୍ଚାୟତର ସରପଞ୍ଚ ରତିକାନ୍ତ ପଣ୍ଡା ଯୋଗଦେଇଥିଲେ।

ମେଳାର ଆବାହକ ତଥା ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ କୁମାର ଦାସ ଏବଂ ବ୍ଲକ୍‌ ଅତିରିକ୍ତ ମତ୍ସ୍ୟ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ମହାକାଳପଡ଼ା ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଏହି ମେଳାରେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଚାଷୀଙ୍କୁ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ସମ୍ପର୍କିତ ସରକାରୀ ଯୋଜନା ଓ ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏଭଳି ମେଳା ମାଧ୍ୟମରେ ଚାଷୀମାନେ ବିଭାଗୀୟ ଯୋଜନା ସମ୍ପର୍କରେ ଜାଣିବା ସହ ନିଜ ଚାଷ ଓ ଜୀବିକାର ବିକାଶ ପାଇଁ ଆବଶ୍ୟକ ସୂଚନା ପାଇପାରିବେ।

Spread the love

Leave a Reply

Your email address will not be published. Required fields are marked *