• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ଆଜି ଲଘୁଚାପ ସମ୍ଭାବନା

Byodishri Live

Sep 19, 2026

ଭୁବନେଶ୍ୱର: ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଉତ୍ତର ଥାଇଲ୍ୟାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୯ ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ କହିଛି।

ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦିଗକୁ ଅଗ୍ରସର ହେବାର ପୂର୍ବାନୁମାନ ରହିଛି।

ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଚମକ ହୋଇପାରେ। ସେପ୍ଟେମ୍ବର ୧୯ରେ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଡ଼ବର୍ଷା ପାଇଁ ସତର୍କତା ଜାରି ହୋଇଛି। ଆଗାମୀ ଦିନଗୁଡ଼ିକରେ ବର୍ଷାର ତୀବ୍ରତା ବଢ଼ିବା ନେଇ ମଧ୍ୟ ଆଇଏମ୍‌ଡି ପୂର୍ବାନୁମାନ କରିଛି।

ତେବେ ବର୍ତ୍ତମାନ ସୁଦ୍ଧା ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ନାହିଁ। ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।

Spread the love

Leave a Reply

Your email address will not be published. Required fields are marked *