• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପଟେଶ ଗ୍ରାମରେ ଘୁମୁରା ପ୍ରତିଷ୍ଠା ଅନୁଷ୍ଠିତ

Byodishri Live

Sep 19, 2026

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ପଟେଶ ଗ୍ରାମରେ ପାରମ୍ପରିକ ଲୋକକଳା ଘୁମୁରାର ପ୍ରତିଷ୍ଠା ଅନୁଷ୍ଠାନ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ଧାର୍ମିକ ରୀତିନୀତି ଓ ପୂଜାର୍ଚ୍ଚନା କରାଯାଇଥିଲା।

ଅନୁଷ୍ଠାନରେ ଗ୍ରାମର ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ। ଘୁମୁରା କଳାର ପ୍ରଚାର-ପ୍ରସାର ସହ ଏହାର ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ବଜାୟ ରଖିବା ନେଇ ଉପସ୍ଥିତ ଲୋକେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଘୁମୁରା ବାଦ୍ୟ ପରିବେଷଣରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା।

କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ବ୍ୟକ୍ତି, କଳାକାର, ଯୁବକ ଓ ମହିଳାଙ୍କ ସମେତ ବହୁ ଲୋକ ଯୋଗଦେଇଥିଲେ। ଘୁମୁରା ପ୍ରତିଷ୍ଠା ମାଧ୍ୟମରେ ଅଞ୍ଚଳର ପାରମ୍ପରିକ କଳା ଓ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବା ସହ ଏହାର ପରମ୍ପରାକୁ ଜୀବନ୍ତ ରଖିବା ଦିଗରେ ଏହା ଏକ ପ୍ରୟାସ ବୋଲି ଗ୍ରାମବାସୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *