• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଚକାପାଦରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା

Byodishri Live

Sep 22, 2026

ଶଙ୍କରାଖୋଲ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଅନୁଷ୍ଠିତ ହୋଇଛି। ବ୍ଲକର ପ୍ରାୟ ୪୭ଟି କେନ୍ଦ୍ରରେ ମୋଟ ୧୮୧୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

ପରୀକ୍ଷା ସମୟରେ ଶିକ୍ଷା ବିଭାଗର ଅଧିକାରୀମାନେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ। ପରୀକ୍ଷାର୍ଥୀମାନଙ୍କୁ ଶିକ୍ଷାର ଗୁରୁତ୍ୱ ଓ ମହତ୍ତ୍ୱ ସମ୍ପର୍କରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୁଝାଇଥିଲେ।

ବ୍ଲକର ବିଭିନ୍ନ କେନ୍ଦ୍ରରେ ସିଆରସିସିମାନେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ।

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ମୂଲ୍ୟାଙ୍କନ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସ୍ତର ଚିହ୍ନଟ କରିବା ସହ ଆବଶ୍ୟକତା ଅନୁଯାୟୀ ଶିକ୍ଷା ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *