• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମହୁଲମୁଣ୍ଡା ଗ୍ରାମରେ ଆଦ୍ୟକାଣ୍ଡ ଓ ଇନ୍ଦ୍ରପୂଜା

Byodishri Live

Sep 23, 2026

ରେଢ଼ାଖୋଲ (ଓଡ଼ିଶ୍ରୀ ସମ୍ବାଦ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଧୀନ କଦଳିଗଡ଼ ପଞ୍ଚାୟତର ମହୁଲମୁଣ୍ଡା ଗ୍ରାମରେ ମଙ୍ଗଳବାର ଆଦ୍ୟକାଣ୍ଡ ଓ ଇନ୍ଦ୍ରପୂଜା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ପୂଜା ଅବସରରେ ଗ୍ରାମବାସୀଙ୍କ ସହଯୋଗ ଓ ଭକ୍ତିପୂର୍ଣ୍ଣ ଯୋଗଦାନ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ଗ୍ରାମର ଜଳନ୍ଧର ପ୍ରଧାନ ପୂଜାକର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ ପଣ୍ଡିତ ସଞ୍ଜୟ ଦାଶ ପୂଜାର୍ଚ୍ଚନା କରିଥିଲେ।

ଏହି ଧାର୍ମିକ ଉତ୍ସବର ପରିଚାଳନାରେ ଯୁଧିଷ୍ଠିର ସାହୁ, ସମ୍ପାଦକ ମନୋରଞ୍ଜନ ସାହୁ, ପ୍ରହଲ୍ଲାଦ ଚରଣ ସାହୁ, ରାମଚନ୍ଦ୍ର ସାହୁ, ଉପେନ୍ଦ୍ର ପ୍ରଧାନ, ଚିନ୍ତାମଣି ସାହୁ, ବେଲାରସେନ ସାହୁ, ଇନ୍ଦ୍ରମଣି ପ୍ରଧାନ, ରାଧେଶ୍ୟାମ ସାହୁ, ରାଜେନ୍ଦ୍ର ପ୍ରଧାନ ଓ ବୀରବର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *