• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

୧୫ ଦିନ ପରେ ବି ନାବାଳିକାଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର

Byodishri Live

Sep 25, 2026

ଆଠମଲ୍ଲିକ (ଓଡ଼ିଶ୍ରୀ ସମ୍ବାଦ): ନାବାଳିକା ନିଖୋଜ ହେବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବାବେଳେ ନାବାଳିକାଙ୍କୁ ଶୀଘ୍ର ଠାବ କରି ସୁରକ୍ଷିତ ଉଦ୍ଧାର ଦାବିରେ ଶୁକ୍ରବାର ଶତାଧିକ ମହିଳା ଆଠମଲ୍ଲିକ ଥାନା ଘେରାଉ କରିଥିଲେ।

ଆଠମଲ୍ଲିକ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଡିଲିଆ ବାଘଙ୍କ ନାବାଳିକା ଝିଅ ଇପ୍ସିତା ବାଘ ଗତ ୧୫ ଦିନ ହେଲା ନିଖୋଜ ଅଛନ୍ତି। ଏନେଇ ପରିବାର ପକ୍ଷରୁ ଆଠମଲ୍ଲିକ ଥାନାରେ ଏତଲା ଦିଆଯାଇଥିବାବେଳେ ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ତେବେ ଦୀର୍ଘ ୧୫ ଦିନ ଧରି ନାବାଳିକାଙ୍କ ସନ୍ଧାନ ନମିଳିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି। ତାଙ୍କୁ ତୁରନ୍ତ ଖୋଜି ବାହାର କରିବା ଏବଂ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବିରେ ଶତାଧିକ ମହିଳା ଥାନା ସମ୍ମୁଖରେ ଏକତ୍ରିତ ହୋଇଥିଲେ।

ନାବାଳିକାଙ୍କ ସୁରକ୍ଷିତ ଉଦ୍ଧାର ସହ ଘଟଣାରେ ତ୍ୱରିତ ପଦକ୍ଷେପ ନେବାକୁ ମହିଳାମାନେ ଦାବି କରିଥିଲେ। ଏହି ଘଟଣାକୁ ନେଇ ବରଗାଁ ସମେତ ଆଠମଲ୍ଲିକ ଅଞ୍ଚଳରେ ମଧ୍ୟ ଉତ୍କଣ୍ଠା ପ୍ରକାଶ ପାଇଛି। ନାବାଳିକାଙ୍କୁ ଶୀଘ୍ର ଠାବ କରିବା ପାଇଁ ପରିବାର ଓ ଗ୍ରାମବାସୀ ପୁଲିସ ଓ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *