• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଲଗାଣ ବର୍ଷାରେ ପୋଲ ଉପରେ ପାଣି, ବଡ଼ଦାଣ୍ଡ-ସିଦ୍ଧମଠ ରାସ୍ତାରେ ବ୍ୟାରିକେଡିଂ

Byodishri Live

Sep 25, 2026

କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ସହରର ବଡ଼ଦାଣ୍ଡ-ସିଦ୍ଧମଠ ରାସ୍ତାରେ ଥିବା ଏକ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ପ୍ରବଳ ଜଳସ୍ରୋତ ଯୋଗୁଁ ପୋଲଟି ଦୁର୍ବଳ ହୋଇଥିବା ଆଶଙ୍କା ମଧ୍ୟରେ ଯାତାୟାତ ସୁରକ୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୋଲ ନିକଟରେ ବ୍ୟାରିକେଡିଂ କରାଯାଇଛି। ଅତ୍ୟାବଶ୍ୟକ ନଥିଲେ ଏହି ରାସ୍ତାରେ ଯାତାୟାତ ନକରିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ନାଗରିକମାନଙ୍କୁ ନିବେଦନ କରାଯାଇଛି।

ବର୍ଷା ଜାରି ରହିଲେ ପୋଲ ଉପରେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଉକ୍ତ ରାସ୍ତାରେ ଯାତାୟାତ ସମୟରେ ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *