• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମାହାଙ୍ଗାରେ ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ

Byodishri Live

Sep 29, 2026

ମାହାଙ୍ଗା (ଓଡ଼ିଶ୍ରୀ ସମ୍ବାଦ): ମାହାଙ୍ଗା ବ୍ଲକରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପଥପ୍ରାନ୍ତ ନାଟକକୁ ମାହାଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଶ୍ରୀକୃଷ୍ଣପୁର-କୁଆଁପାଳ ବସ୍‌ଷ୍ଟାଣ୍ଡଠାରେ ଉଦ୍‌ଘାଟନ କରାଯାଇଛି।

ମାହାଙ୍ଗା ବ୍ଲକ ବିଡିଓ ତିଳୋତ୍ତମା ପୃଷ୍ଟି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ। ଏଥିରେ ସାମାଜିକ ସୁରକ୍ଷା ଅଧିକାରିଣୀ ଜ୍ୟୋତ୍ସ୍ନାରାଣୀ ମହାରଣା, ଏପିଓ ରାମାନୁଜ ମହାରଣା, ଲଲାଟ ସେଠୀ, ଯନ୍ତ୍ରୀ ଚଣ୍ଡୀ ପ୍ରସାଦ ମିଶ୍ର, ମମତା ବେହେରା, ପିଇଓ ସତ୍ୟଜିତ ବିଶ୍ୱାଳଙ୍କ ସମେତ ବ୍ଲକର ବିଭିନ୍ନ କର୍ମଚାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

‘ରାହା’ ଅନୁଷ୍ଠାନର କଳାକାରମାନେ ‘ନମୋ ସେବା ଗାଥା’ ଶୀର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ନାଟକ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା ଓ ବିଭିନ୍ନ ଅବଦାନ ସମ୍ପର୍କିତ ବିଷୟବସ୍ତୁ ପ୍ରଦର୍ଶିତ ହୋଇଥିଲା।

ମାହାଙ୍ଗା ବ୍ଲକର ୩୭ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *