• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭାଗବତ ଟୁଙ୍ଗି ପକ୍ଷରୁ ଭାଗବତ ଜନ୍ମ ଉତ୍ସବ

Byodishri Live

Sep 30, 2026

ବରୀ (ଓଡ଼ିଶ୍ରୀ ସମ୍ବାଦ): ପବିତ୍ର ଭାଗବତ ଜନ୍ମ ଅବସରରେ ବରୀ ବ୍ଲକ ନାଥପୁରସ୍ଥିତ ରାଧାକୃଷ୍ଣ ଭାଗବତ ଟୁଙ୍ଗି ପକ୍ଷରୁ ଆଧ୍ୟାତ୍ମିକ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସୁରେନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ପ୍ରତିଯୋଗିତାରେ ୨୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ। ପରେ ପ୍ରହଲ୍ଲାଦ ଜେନାଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ମୁଖ୍ୟ ଅତିଥି ଏବଂ ଶିଶୁ ସାହିତ୍ୟିକ ଡ. ଅଜୟ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେମାନେ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପଦକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ଶ୍ୟାମସୁନ୍ଦର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *