• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଫିରିଙ୍ଗିଆ ଶକ୍ତି କେନ୍ଦ୍ର ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

Byodishri Live

Oct 2, 2026

ଫିରିଙ୍ଗିଆ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମଣ୍ଡଳ ଅନ୍ତର୍ଗତ ଶକ୍ତି କେନ୍ଦ୍ର ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଫିରିଙ୍ଗିଆସ୍ଥିତ ଜ୍ୟୋତିଶ କଲ୍ୟାଣୀ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶକ୍ତି କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ, ଆଦର୍ଶ ଏବଂ ଦେଶ ପାଇଁ ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଦେଶପ୍ରେମୀ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ଉପସ୍ଥିତ ସଦସ୍ୟମାନେ ସଂକଳ୍ପ ନେଇଥିଲେ।

କାର୍ଯ୍ୟକ୍ରମରେ ଫିରିଙ୍ଗିଆ ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟ ସମ୍ପତ୍ତି ଦିଗାଲ, ସ୍ୱପ୍ନାରାଣୀ କର୍ଣ୍ଣ, ସମିତି ସଭ୍ୟା ମୌସୁମୀ ପ୍ରଧାନ, ମଣ୍ଡଳ ସଂଯୋଜକ ପ୍ରଦୀପ କୁମାର ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କମଳିନୀ ବେହେରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଲୀଳାବତୀ ଦିଗାଲଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *