ତୁମୁଡିବନ୍ଧ, (ଓଡ଼ିଶ୍ରୀ ସମ୍ବାଦ): ତୁମୁଡିବନ୍ଧସ୍ଥିତ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଡ. ସୁନୀଲ କୁମାର ପାତ୍ର ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ଶୃଙ୍ଖଳା, ଦେଶପ୍ରେମ, ସମାଜସେବା, ସତ୍ୟ ଓ ଅହିଂସା ଉପରେ ଆଲୋଚନା କରିଥିଲେ।
ଡ. ପାତ୍ର କହିଥିଲେ ଯେ, ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଦର୍ଶନକୁ ଜୀବନରେ ଗ୍ରହଣ କଲେ ଜଣେ ଜଣେ ଦାୟିତ୍ୱବାନ ଓ ସୁନାଗରିକ ଭାବେ ଗଢ଼ି ଉଠିପାରିବେ। ସମ୍ମାନିତ ଅତିଥି ଭାବେ ଅର୍ଥନୀତି ଅଧ୍ୟାପିକା ଡ. ମଞ୍ଜୁଳା ମହାପାତ୍ର ଓ ଶିକ୍ଷା ଅଧ୍ୟାପକ ଡ. ସତ୍ୟରଞ୍ଜନ ପାଣିଗ୍ରାହୀ ଯୋଗଦେଇଥିଲେ।
ଶିକ୍ଷା ଅଧ୍ୟାପକ ଉଦୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଦ୍ୱିତୀୟ ବର୍ଷର ଛାତ୍ର ସାଇରମ ନାୟକ ଗାନ୍ଧୀଜୀଙ୍କ ଜୀବନ ଓ ଆଦର୍ଶ ଉପରେ ଭାଷଣ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଉପରେ ନୃତ୍ୟ ପରିବେଷଣ ସହ ମହାତ୍ମା ଗାନ୍ଧୀଙ୍କ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଭାରେ ଅଧ୍ୟାପିକା ପଦ୍ମାବତୀ ସାହୁ, ରାଜଶ୍ରୀ ବଡସେଟ, ଚାନ୍ଦିନୀ ବଡସେଟ, ସୁନିତା ସାହୁ, ଅନାସ୍ମିତା ମହାନ୍ତି, ଅଧ୍ୟାପକ ଉଦୟ ନାୟକ, କୈଳାସ ଦୀପଙ୍କ ସମେତ ସମସ୍ତ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଶେଷରେ ଅର୍ଥନୀତି ଅଧ୍ୟାପିକା ପଦ୍ମାବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
