• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖୋଲିଲା ଦୁର୍ଗାପାଙ୍ଗା RI କାର୍ଯ୍ୟାଳୟ

Byodishri Live

Oct 10, 2026

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ପ୍ରଭାବ ପୁଣିଥରେ ସାମ୍ନାକୁ ଆସିଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗାପାଙ୍ଗା ରାଜସ୍ୱ ନିରୀକ୍ଷକ (RI) କାର୍ଯ୍ୟାଳୟ ନିୟମିତ ଖୋଲୁ ନଥିବା ସମ୍ପର୍କରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଗୁରୁବାର କାର୍ଯ୍ୟାଳୟ ଖୋଲାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।

ଦୀର୍ଘଦିନ ଧରି ଦୁର୍ଗାପାଙ୍ଗା ଓ ଏହାର ଆଖପାଖ ଅଞ୍ଚଳର ଲୋକେ ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅସୁବିଧାରେ ପଡ଼ୁଥିଲେ। କାର୍ଯ୍ୟାଳୟ ନିୟମିତ ଖୋଲୁ ନଥିବାରୁ ଜମିଜମା ଓ ଅନ୍ୟାନ୍ୟ ରାଜସ୍ୱ କାମ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଥିଲା। ଏହି ସମସ୍ୟାକୁ ଗଣମାଧ୍ୟମରେ ପ୍ରମୁଖତାର ସହ ପ୍ରକାଶ କରାଯିବା ପରେ କାର୍ଯ୍ୟାଳୟ ଖୋଲିଥିବାରୁ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଦୁର୍ଗାପାଙ୍ଗାର ରାଜସ୍ୱ ନିରୀକ୍ଷକ ଶ୍ରୀ ସର ମୁଖି ଆଜିଠାରୁ କାର୍ଯ୍ୟାଳୟ ନିୟମିତ ଖୋଲା ରହିବା ସହ ଲୋକଙ୍କୁ ଆବଶ୍ୟକ ରାଜସ୍ୱ ସେବା ଯୋଗାଇ ଦିଆଯିବ ବୋଲି କହିଥିବା ଜଣାପଡ଼ିଛି।

ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଖବର ପ୍ରକାଶ କରିଥିବାରୁ ଅଞ୍ଚଳବାସୀ ବିଭିନ୍ନ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ କେବଳ କାର୍ଯ୍ୟାଳୟ ଖୋଲିବା ନୁହେଁ, ଆଗାମୀ ଦିନରେ ଏହାର ନିୟମିତ ପରିଚାଳନା ସହ ଲୋକଙ୍କୁ ଠିକ୍ ସମୟରେ ରାଜସ୍ୱ ସେବା ଯୋଗାଇ ଦେବା ଉପରେ ମଧ୍ୟ ଅଞ୍ଚଳବାସୀ ଗୁରୁତ୍ୱାରୋପ କରିଛନ୍ତି।

ଦୁର୍ଗାପାଙ୍ଗା RI କାର୍ଯ୍ୟାଳୟ ଖୋଲିବା ଘଟଣା ଜନସାଧାରଣଙ୍କ ସମସ୍ୟାକୁ ଉଜାଗର କରିବା ଏବଂ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିବାରେ ଗଣମାଧ୍ୟମର ଭୂମିକାକୁ ପୁଣିଥରେ ଦର୍ଶାଇଛି।

Spread the love

Leave a Reply

Your email address will not be published. Required fields are marked *