• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ

Byodishri Live

Oct 12, 2026

ଜୟପାଟଣା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଏହି ଅବସରରେ ସେ ରୋଗୀ କଲ୍ୟାଣ ସମିତିର ବୈଠକରେ ଯୋଗଦେବା ସହ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କରିଥିଲେ।

ବୈଠକରେ ଯୋଗଦେବା ପରେ ବିଧାୟକ ଶ୍ରୀ ଦିଶାରୀ ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଏହି ସମୟରେ ରୋଗୀମାନଙ୍କୁ ମିଳୁଥିବା ଚିକିତ୍ସା ସେବା, ଡାକ୍ତରଖାନାରେ ଉପଲବ୍ଧ ସୁବିଧାସୁଯୋଗ ଏବଂ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସେ ତଥ୍ୟ ସଂଗ୍ରହ କରିଥିଲେ।

ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଡାକ୍ତର ଶ୍ରୀ ବିଶ୍ୱାଳ, ଡାକ୍ତର ଶ୍ରୀ ମିଶ୍ର ଏବଂ ଜୟପାଟଣା ଏନ୍‌ଏସିର ବିଜୁ ଜନତା ଦଳର ସଭାପତି ସତ୍ୟନାରାୟଣ ଅଗ୍ରୱାଲ ଉପସ୍ଥିତ ଥିଲେ।

ଜୟପାଟଣା ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ମାନ ଉନ୍ନତ କରିବା ସହ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଦିଗରେ ଏହି ପରିଦର୍ଶନ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *