ବେଲଗୁଣ୍ଠା, (ଓଡ଼ିଶ୍ରୀ ସମ୍ବାଦ): ସ୍ଥାନୀୟ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ଛାତ୍ର ସଂସଦର ଶପଥ ଗ୍ରହଣ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ଡ. ପ୍ରଫୁଲ୍ଲ କୁମାର ଜେନା, ସପନ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ଗ୍ରନ୍ଥାଗାରିକ ରଞ୍ଜିତ ସାମଲ ଓ କ୍ରୀଡ଼ା ଶିକ୍ଷକ ବିଶ୍ୱରଞ୍ଜନ ସ୍ୱାଇଁ ମଞ୍ଚାସୀନ ଥିଲେ।
ନବଗଠିତ ଛାତ୍ର ସଂସଦର ସଭାପତି ରାକେଶ ବରଡ଼, ଉପସଭାପତି ରାକେଶ ସ୍ୱାଇଁ, ସାଧାରଣ ସମ୍ପାଦକ ସୀନୁ ପାତ୍ର, ସହ-ସମ୍ପାଦିକା ଝୁମୂରୀ ବିଷୋୟୀ, କ୍ରୀଡ଼ା ସମ୍ପାଦକ ସୋନୁ ବାରିକ ଓ ନାଟ୍ୟ ସମ୍ପାଦିକା ଗୀତାଞ୍ଜଳି ପଟ୍ଟନାୟକଙ୍କୁ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ଶପଥ ପାଠ କରାଇଥିଲେ।
ଏହି ଅବସରରେ ଛାତ୍ର ସଂସଦର ନବନିର୍ବାଚିତ କର୍ମକର୍ତ୍ତାମାନେ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶର ଉନ୍ନତି, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ସକ୍ରିୟ ଭାଗୀଦାରି ପାଇଁ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ପୁଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମହାବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।
ରିପୋର୍ଟ: ମଙ୍ଗୁଳୁ ପ୍ରଧାନ, ଓଡ଼ିଶ୍ରୀ ସମ୍ବାଦ
