• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଜୋରଦାର କଲା ବାଲିଗୁଡ଼ା ପୁଲିସ, ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ

Byodishri Live

Oct 22, 2026

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଜନସଚେତନତା ଅଭିଯାନକୁ ଜୋରଦାର କରିଛି ବାଲିଗୁଡ଼ା ପୁଲିସ। ଦୁର୍ଗାପୂଜା ଓ ମା’ ପାଟଖଣ୍ଡାଙ୍କ ଦର୍ଶନ ପାଇଁ ମନ୍ଦିର ଏବଂ ପୂଜାମଣ୍ଡପକୁ ଆସୁଥିବା ଭକ୍ତଙ୍କ ସମେତ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଛି। ଏଥିସହ ନିଶାମୁକ୍ତ ଓଡ଼ିଶା ଅଭିଯାନର ପ୍ରଚାରପତ୍ର ବଣ୍ଟନ କରି ନିଶାଠାରୁ ଦୂରେଇ ରହିବାକୁ ପୁଲିସ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଏହି ସଚେତନତା କାର୍ଯ୍ୟକ୍ରମରେ ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ, ଥାନା ଅଧିକାରୀ ସମୀର କୁମାର ବେହେରାଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ମା’ ପାଟଖଣ୍ଡାଙ୍କ ମନ୍ଦିର ଓ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ରହି ସେମାନେ ଭକ୍ତ ଓ ସାଧାରଣ ଲୋକଙ୍କୁ ପ୍ରଚାରପତ୍ର ବଣ୍ଟନ କରିବା ସହ ନିଶା ସେବନର ଭୟାବହ ପରିଣାମ ବିଷୟରେ ବୁଝାଇଥିଲେ।

ପୁଲିସ ପକ୍ଷରୁ ବଣ୍ଟନ କରାଯାଇଥିବା ପ୍ରଚାରପତ୍ରରେ ମଦ, ଗଞ୍ଜେଇ, ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଏବଂ ସାମାଜିକ ଅବକ୍ଷୟ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଉଲ୍ଲେଖ କରାଯାଇଛି। ନିଜେ ନିଶାଠାରୁ ଦୂରେଇ ରହିବା ସହ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ଏବଂ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ମଧ୍ୟ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି।

ନିଶାମୁକ୍ତ ସମାଜ ଗଠନ କେବଳ ପୁଲିସର ଦାୟିତ୍ୱ ନୁହେଁ, ବରଂ ପରିବାର, ଯୁବପିଢ଼ି ଓ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଦାୟିତ୍ୱ। ଏହି ବାର୍ତ୍ତାକୁ ନେଇ ବାଲିଗୁଡ଼ା ପୁଲିସ ପକ୍ଷରୁ ନିଶା ବିରୋଧୀ ସଚେତନତା ଅଭିଯାନ ଜାରି ରହିଛି। ଏହି ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ କନ୍ଧମାଳ ଏବଂ ସୁସ୍ଥ ଓ ସୁରକ୍ଷିତ ଓଡ଼ିଶା ଗଠନର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *