• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବୌଦ୍ଧରେ ବ୍ରାହ୍ମଣ ମହାସଂଘର ବୈଠକ, ଏକତା ଓ ସଂଗଠନ ଉପରେ ଗୁରୁତ୍ୱ

Byodishri Live

Sep 10, 2026

ବୌଦ୍ଧ (ଓଡ଼ିଶ୍ରୀ ସମ୍ବାଦ): ବୌଦ୍ଧ ଜିଲ୍ଲା ସର୍କିଟ୍ ହାଉସ୍‌ଠାରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ରାଜ୍ୟ ସଭାପତି ଡ଼. ସଦାନନ୍ଦ ଦୀକ୍ଷିତ ଯୋଗଦେଇ ବ୍ରାହ୍ମଣ ସମାଜର ଏକତା ଓ ସଂଗଠନକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ।

ବୈଠକରେ ଆସନ୍ତା ଡିସେମ୍ବର ୬ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବ୍ରାହ୍ମଣ ସମାବେଶରେ ବୌଦ୍ଧ ଜିଲ୍ଲାରୁ ପ୍ରାୟ ଏକ ହଜାର ଜଣ ବ୍ରାହ୍ମଣ ଯୋଗଦେବା ପାଇଁ ଅନୁରୋଧ କରାଯାଇଥିଲା। ରାଜ୍ୟ ଯୁଗ୍ମ ସମ୍ପାଦକ ଶାନ୍ତନୁ କୁମାର ମିଶ୍ର ଓ ସଂଗଠକ ସୁନୀଲ କୁମାର ନନ୍ଦ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ସଦସ୍ୟମାନଙ୍କୁ ଏକତ୍ରିତ କରିବା ନେଇ ମାର୍ଗଦର୍ଶନ ଦେଇଥିଲେ।

ଜିଲ୍ଲା ସଭାପତି ଗୁରୁପ୍ରସାଦ ଦାଶ ଓ ସମ୍ପାଦକ ଦେବାଶିଷ ପୁରୋହିତ ବୌଦ୍ଧ ଜିଲ୍ଲାରେ ବ୍ରାହ୍ମଣ ସମାଜର ସଂଖ୍ୟା, ସ୍ଥିତି ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟ ବ୍ରାହ୍ମଣ ଅକ୍ଷୟ କୋଷକୁ ସୂର୍ଯ୍ୟ ନାରାୟଣ ପଣ୍ଡା ଅର୍ଥରାଶି ପ୍ରଦାନ କରିଥିଲେ। ସେହିପରି ବୈଠକରେ ଯୋଗଦେଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଂଘର ମୁଖପତ୍ର ‘ବ୍ରହ୍ମ ସନ୍ଦେଶ’ ବଣ୍ଟନ କରାଯାଇଥିଲା।

ବ୍ରାହ୍ମଣ ଭବନ ଓ ବ୍ରାହ୍ମଣ ଅକ୍ଷୟ କୋଷ ପାଇଁ ବ୍ରାହ୍ମଣ ପରିବାରଗୁଡ଼ିକରୁ ସଦସ୍ୟତା ଓ ଅର୍ଥ ସଂଗ୍ରହ କରିବା ନିମନ୍ତେ ସୁଶାନ୍ତ ପ୍ରସାଦ ମିଶ୍ର ଓ ସତ୍ୟ ନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ଏଥିସହ ଜିଲ୍ଲାରେ ଥିବା ପାଣ୍ଡୁଲିପି ଓ ପୋଥି ସମ୍ପର୍କରେ ଏକ ସନ୍ଦର୍ଭ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ପାଣି ଓ ସତ୍ୟଜିତ ପଣ୍ଡାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।

ବୈଠକରେ ମାନସ ପୁରୋହିତ, ସଞ୍ଜୟ ଶଙ୍କର ପୁରୋହିତ, ସୁଶାନ୍ତ ମହାପାତ୍ର, ସୌମ୍ୟ ରଞ୍ଜନ ପୁରୋହିତଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *