• Wed. Nov 4th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରଙ୍କୁ ଆର୍ଥିକ ସହାୟତା

Byodishri Live

Oct 24, 2026

ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଗରିବ ଓ ଅସହାୟ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ। ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ଅଞ୍ଚଳର ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପଞ୍ଚାୟତର ଆର୍ଥିକ ଅନଗ୍ରସର ଓ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଟ୍ରଷ୍ଟ ଦୀର୍ଘ ବର୍ଷ ଧରି ଗରିବ ଓ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଆସୁଛି। ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ରହୁଥିବା ଅଭାବୀ ପରିବାରଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରିବାକୁ ବିଧାୟକ ଟ୍ରଷ୍ଟର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କ୍ରମରେ ଜେନାପୁର ପଞ୍ଚାୟତର ହଣ୍ଢପୁର ଗ୍ରାମର ଦୁର୍ଘଟଣାଗ୍ରସ୍ତ ଅର୍ଜୁନ ରାଉତଙ୍କ ସମେତ ପଣଷପଡ଼ିଆ ଗ୍ରାମର ସୀତା ଭଞ୍ଜ, ବସନ୍ତ ମଞ୍ଜରୀ ସାହୁ ଓ ସୁବାସ କବିଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ସେହିପରି ରସୁଲପୁର ପଞ୍ଚାୟତର ଖୋସାଲପୁର ଗ୍ରାମର ସୁରେଶ ଚନ୍ଦ୍ର ମହାନ୍ତି, ସତ୍ୟଭାମା ନାୟକ, ଚଞ୍ଚଳା ଦାସ ଓ ପ୍ରଣିତ କରଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି।

ଏହାବ୍ୟତୀତ ରାହାମ୍ବା ପଞ୍ଚାୟତର ସଦାନନ୍ଦପୁର ଗ୍ରାମର ସଖି ବେହୁଆ ଏବଂ କୋଳଥଳ ଗ୍ରାମର ବୋଧି ମଳିକ, ସରୋଜ ମଳିକ ଓ ମମତା ବାରିକଙ୍କୁ ସହାୟତା ଦିଆଯାଇଛି। ଅରେଇକଣା ପଞ୍ଚାୟତର ହଳଦିଆମୂଳ ଗ୍ରାମର ଉମାକାନ୍ତ ମଳିକ, ଗୋପାଳ ମଳିକ ଓ ନେପାଳ ମଳିକଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ମିଳିଛି।

ସେହିପରି ମଙ୍ଗଳପୁର ପଞ୍ଚାୟତର ବାଙ୍କସାହି ଗ୍ରାମର ମାତାଜୀ ନାୟକ ଓ ପ୍ରଫୁଲ୍ଲ କୁମାର ନାୟକଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ସଦସ୍ୟମାନେ ସମ୍ପୃକ୍ତ ହିତାଧିକାରୀଙ୍କ ଘରେ ପହଞ୍ଚି ଏହି ସହାୟତା ଯୋଗାଇ ଦେଇଥିଲେ।

ଗରିବ, ଖଟିଖିଆ ଓ ଅସହାୟ ପରିବାରଙ୍କୁ ଚିହ୍ନଟ କରି ପୂର୍ବଭଳି ଆଗାମୀ ଦିନରେ ମଧ୍ୟ ଟ୍ରଷ୍ଟ ମାଧ୍ୟମରେ ଆର୍ଥିକ ସହାୟତା ଜାରି ରହିବ ବୋଲି ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *