• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସେବାମୂଳକ କାର୍ଯ୍ୟକ୍ରମ ଜରିଆରେ ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ ପ୍ରଳୟ କୁମାର ଦାସ

Byodishri Live

Oct 26, 2026

ବାଲିପାଟଣା (ଓଡ଼ିଶ୍ରୀ ସମ୍ବାଦ): ଆଡ଼ମ୍ବର ବଦଳରେ ସମାଜସେବାକୁ ଗୁରୁତ୍ୱ ଦେଇ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଯୁବ ସାମ୍ବାଦିକ ପ୍ରଳୟ କୁମାର ଦାସ। ରକ୍ତଦାନ ଶିବିର ଆୟୋଜନ ଓ ବୃଦ୍ଧାଶ୍ରମରେ ମହାପ୍ରସାଦ ବଣ୍ଟନ ଭଳି ସେବାମୂଳକ କାର୍ଯ୍ୟ ମାଧ୍ୟମରେ ସେ ନିଜ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଏହି ଅବସରରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବହୁ ଯୁବ ସାମ୍ବାଦିକ, ଶୁଭେଚ୍ଛୁ ଓ ସମାଜସେବୀ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଏହାପରେ ଏକ ସ୍ଥାନୀୟ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ବୃଦ୍ଧବୃଦ୍ଧାଙ୍କ ସହ ସମୟ ବିତାଇବା ଓ ସେମାନଙ୍କୁ ମହାପ୍ରସାଦ ବଣ୍ଟନ କରିବା ଦ୍ୱାରା ସେଠାରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା।

ଜନ୍ମଦିନ ଭଳି ଏକ ବିଶେଷ ଦିନକୁ ଜନକଲ୍ୟାଣମୂଳକ କାର୍ଯ୍ୟରେ ନିୟୋଜିତ କରି ଯୁବ ସାମ୍ବାଦିକ ପ୍ରଳୟ କୁମାର ଦାସ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହତ୍‌ ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସାଧୁବାଦ ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *