ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): ଦୁର୍ନୀତିମୁକ୍ତ ସମାଜ ଗଠନ ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଫୁଲବାଣୀ କୋର୍ଟ ପରିସରରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସରକାରୀ ଅଭିଯୋଜକ ପୂର୍ଣ୍ଣଚନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରକାରୀ ଓକିଲମାନେ ଯୋଗଦେଇ ଦୁର୍ନୀତି ବିରୋଧରେ ଲଢ଼େଇକୁ ସମର୍ଥନ କରିବା ସହ ସାଧୁତା ଓ ସତ୍ୟନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।
ଶପଥ ପାଠରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନ ନେବା କିମ୍ବା ନ ଦେବା, ସମସ୍ତ ଦାୟିତ୍ୱକୁ ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା ଏବଂ ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ବ୍ୟକ୍ତିଗତ ଆଚରଣରେ ସାଧୁତା ବଜାୟ ରଖିବା, ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ନଜରକୁ ଆସିଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ଏବଂ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସରକାର, ନାଗରିକ ସମାଜ ଓ ଘରୋଇ କ୍ଷେତ୍ର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସରକାରୀ ସ୍ୱତନ୍ତ୍ର ପିପି ଓ ଏପିପିଙ୍କ ସମେତ ଅନ୍ୟ ସରକାରୀ ଓକିଲମାନେ ଉପସ୍ଥିତ ଥିଲେ।
