• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାମଚନ୍ଦ୍ରପୁର ସରକାରୀ ଉଚ୍ଚବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ୍‌ ଉଦ୍‌ଘାଟିତ

Byodishri Live

Nov 4, 2026

ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କଲେ ଉଦ୍‌ଘାଟନ, ଡିଜିଟାଲ ଶିକ୍ଷାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ

ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ରାମଚନ୍ଦ୍ରପୁର ସରକାରୀ ଉଚ୍ଚବିଦ୍ୟାଳୟରେ ନୂତନ କମ୍ପ୍ୟୁଟର ଲ୍ୟାବ୍‌ ଗୃହ ଉଦ୍‌ଘାଟିତ ହୋଇଛି। ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଏହି ଲ୍ୟାବ୍‌କୁ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଂସଦ କହିଥିଲେ ଯେ, ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ କମ୍ପ୍ୟୁଟର ଶିକ୍ଷାର ଗୁରୁତ୍ୱ ଅଧିକ। ଛାତ୍ରଛାତ୍ରୀମାନେ କମ୍ପ୍ୟୁଟରର ସଠିକ୍‌ ଉପଯୋଗ କରିପାରିଲେ ଭବିଷ୍ୟତରେ ନିଜ କର୍ମପନ୍ଥା ନିର୍ଦ୍ଧାରଣ କରିବା ସହ ଉନ୍ନତିର ନୂଆ ମାର୍ଗ ଖୋଜିପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଆଲୋକ କୁମାର ବନ୍ଧ, ବରୀ ଶିକ୍ଷାମଣ୍ଡଳ ଅଧିକାରୀ ଅଭୟ କୁମାର ବେହେରା, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଜଳଧର ଖଟୁଆ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବଶଙ୍କର ଜେନା ଉପସ୍ଥିତ ଥିଲେ। ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *